ନେପାଳ ମୃତ୍ୟୁସଂଖ୍ୟା ୫୧କୁ ବୃଦ୍ଧି, କର୍ଫ୍ୟୁ କୋହଳ

ହିଂସାଗ୍ରସ୍ତ ନେପାଳର ରାଜଧାନୀ କାଠମାଣ୍ଡୁରେ ଆଜି ସ୍ଥିତି ସୁଧୁରି ଥିଲେ ମଧ୍ୟ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଜାରି ରହିଛି। ନେତାମାନେ ଭୟରେ ଆତ୍ମଗୋପନ କରିଥିବା ବେଳେ ସରକାରୀ ଅଧିକାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

fhfshsfhsfh

କାଠମାଣ୍ଡୁ: ହିଂସାଗ୍ରସ୍ତ ନେପାଳର ରାଜଧାନୀ କାଠମାଣ୍ଡୁରେ ଆଜି ସ୍ଥିତି ସୁଧୁରି ଥିଲେ ମଧ୍ୟ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଜାରି ରହିଛି। ନେତାମାନେ ଭୟରେ ଆତ୍ମଗୋପନ କରିଥିବା ବେଳେ ସରକାରୀ ଅଧିକାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆଜି ରାତିରେ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ସୁଶୀଳା କାର୍କୀ ଶପଥ ଗ୍ରହଣ କରିଥିବାରୁ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହେବା ଆଶା ରହିଛି।  ଦୁର୍ନୀତି ଓ କୁଶାସନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରାଯିବା ସହ ସମ୍ବିଧାନରେ ବଡ଼ ଧରଣର ସଂଶୋଧନ ଆଣିବା ପାଇଁ ଜେନ୍‌ ଜେଡ୍‌ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଦେଶ ଏବେ ସେନା ନିୟନ୍ତ୍ରଣରେ ଥିବା ବେଳେ ହିଂସାଜନିତ ମୃତ୍ୟୁସଂଖ୍ୟା ୫୧କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ବି ଅଛନ୍ତି।  ଉତ୍ତେଜନା ଓ ସାନି ହିଂସାକୁ ଦୃଷ୍ଟିରେ ରଖି ନେପାଳ ସେନା ସାରା ଦେଶରେ କର୍ଫ୍ୟୁ ଲଗାଇଛି। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ବିଦେଶୀ ନାଗରିକମାନଙ୍କ ଫେରିବା  ପାଇଁ ଭିସା ନିୟମ କୋହଳ କରାଯାଇଛି। ଚଳିତ ହିଂସାରେ ଦେଶକୁ ଭୟାନକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ହୋଟେଲ୍ ଉଦ୍ୟୋଗରେ ପ୍ରାୟ ୨୫ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।  ପ୍ରାୟ ୨୦ଟି ବିଳାସପୂର୍ଣ୍ଣ ହୋଟେଲ ଛାରଖାର ହୋଇଯାଇଛି।  ଆନ୍ଦୋଳନ ଆଳରେ ଉପଦ୍ରବକାରୀମାନେ ଭୟାନକ ଲୁଟ୍‌ପାଟ କରିଛନ୍ତି।

କାଠମାଣ୍ଡୁରେ ଭାରତୀୟ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ

ଅନେକ ଆହତ, ଜିନିଷପତ୍ର ଲୁଟ୍

ନୂଆଦିଲ୍ଲୀ: ନେପାଳରେ କ୍ରମଶଃ ଶାନ୍ତି ଫେରୁଥିବା ବେଳେ କାଠମାଣ୍ଡୁ ନିକଟରେ ଦୁର୍ବୃତ୍ତମାନେ ଏକ ଭାରତୀୟ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ କରି ଲୁଟ୍‌ପାଟ୍‌ କରିଥିବା ଖବର ମିଳିଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ଗୁଣ୍ଡାମାନେ ତୀର୍ଥଯାତ୍ରୀଙ୍କ ଜିନିଷପତ୍ର ଲୁଟି ନେଇଥିଲେ ଏବଂ ସେମାନଙ୍କ ଆକ୍ରମଣରେ ଅନେକ ଆହତ ହୋଇଥିଲେ। ପୁଲିସର କହିବା ଅନୁସାରେ, ଭାରତୀୟ ତୀର୍ଥଯାତ୍ରୀମାନେ କାଠମାଣ୍ଡୁର ପଶୁପତିନାଥ ମନ୍ଦିର ପରିଦର୍ଶନ କରି ଫେରୁଥିବା ବେଳେ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ବସ୍ ଉପରକୁ ଟେକାପଥର ଫିଙ୍ଗିଥିଲେ, ଏହାର ଝରକା ଭାଙ୍ଗି ଦେଇଥିଲେ ଏବଂ ଯାତ୍ରୀଙ୍କ ବ୍ୟାଗ୍, ନଗଦ ଟଙ୍କା ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ସାତରୁ ଆଠ ଜଣ ଯାତ୍ରୀ ଆହତ ହୋଇଥିଲେ। ଏହାପରେ ନେପାଳ ସେନା ଯବାନମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ପରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ କାଠମାଣ୍ଡୁରୁ ଦିଲ୍ଲୀ ଆଣିବା ପାଇଁ ଭାରତ ସରକାର ବ୍ୟବସ୍ଥା କରିଥିଲେ ବୋଲି ଜଣେ ବସ୍ କର୍ମଚାରୀ ଶ୍ୟାମୁ ନିଷାଦ କହିଛନ୍ତି। କ୍ଷତିଗ୍ରସ୍ତ ବସ୍ ଗୁରୁବାର ସନ୍ଧ୍ୟାରେ ୟୁପିର ମହାରାଜଗଞ୍ଜ ନିକଟ ସୋନାଉଲି ସୀମାରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe