ନେପାଳ ହିଂସା: ଜେଜେବାପାଙ୍କ ନୀତିଆଦର୍ଶକୁ ମନେ ପକାଇଲେ ଅଭିନେତ୍ରୀ ମନୀଷା

ନେପାଳରେ ଅନ୍‌ଲାଇନ୍‌ ସାଇଟ୍‌ଗୁଡ଼ିକ ଉପରେ ପ୍ରତିବନ୍ଧକ ଲାଗିବା ନେଇ  ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଜାରି ରଖିଛନ୍ତି। ସେପ୍ଟେମ୍ବର ୮ ତାରିଖ ସୋମବାର ଦିନ ନେପାଳ ସରକାର ବିଭିନ୍ନ ସୋସିଆଲ ମିଡିଆ ସାଇଟଗୁଡ଼ିକୁ ନିଷେଧ କରିଥିଲେ।

New Project (16) (1)

କାଠମାଣ୍ଡୁ: ନେପାଳରେ ଅନ୍‌ଲାଇନ୍‌ ସାଇଟ୍‌ଗୁଡ଼ିକ ଉପରେ ପ୍ରତିବନ୍ଧକ ଲାଗିବା ନେଇ  ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଜାରି ରଖିଛନ୍ତି। ସେପ୍ଟେମ୍ବର ୮ ତାରିଖ ସୋମବାର ଦିନ ନେପାଳ ସରକାର ବିଭିନ୍ନ ସୋସିଆଲ ମିଡିଆ ସାଇଟଗୁଡ଼ିକୁ ନିଷେଧ କରିଥିଲେ। ତାହା ପରେ ଆଜି ନେପାଳର ପ୍ରଧାନମନ୍ତ୍ରୀ ଓଲି ଇସ୍ତଫା ଦେଇ ସାରିଲେଣି। ନେପାଳର ହିଂସା କେଉଁ ଆଡୁ ବି ଥମିବାର ନାଁ ଧରୁନାହିଁ।

ଏହାରି ମଧ୍ୟରେ ନିଜ ଜେଜେବାପାଙ୍କୁ ମନେ ପକେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲା। ଗତକାଲି ମନୀଷା ସୋସିଆଲ୍‌ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ୍‌ କରିଛନ୍ତି। ସେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବିପି କେ‌ାଇରାଲାଙ୍କୁ ନେଇ ଏକ ପୋଷ୍ଟ୍‌ ଲେଖିଛନ୍ତି। ଯିଏକି ତାଙ୍କ ଜେଜେବାପା ମଧ୍ୟ।

ମନୀଷା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ନେପାଳର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ତଥା ପ୍ରେମ, ସଂଘର୍ଷ ଏବଂ ସ୍ଥିରତାକୁ ସ୍ୱର ଦେଇଥିବା ଲେଖକ ବିପି ବାଙ୍କୁ ତାଙ୍କ ଜନ୍ମଦିନରେ ସ୍ମରଣ କରୁଛି। ଆଜି, ଯେତେବେଳେ ଛାତ୍ରମାନେ ଦୁର୍ନୀତି ବିରୋଧରେ ଏବଂ ସ୍ୱାଧୀନତା ପାଇଁ ଉଠିଛନ୍ତି, ତାଙ୍କର କଥା କାଳଜୟୀ ପରି ମନେହୁଏ। ତାହା ଥିଲା 'ଗଣତନ୍ତ୍ର ଅବିଭାଜ୍ୟ, ଯଦି ଆପଣ ଆପଣଙ୍କ ଦେଶରେ ଗଣତନ୍ତ୍ର ଚାହାଁନ୍ତି; ଏଥିପାଇଁ ସମସ୍ତ ସଂଘର୍ଷକୁ ଅଣଦେଖା କରିପାରିବେ ନାହିଁ' - ବିପି କୋଇରାଲା’।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe