Image Source: India Today
ନୂଆଦିଲ୍ଲୀ: ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀରର ରାଜନୈତିକ ମାନଚିତ୍ର ପୁନଃଅଙ୍କନ କରିବାର ଅଳ୍ପ କେତେ ଦିନ ପରେ ‘କଳାପାଣି’କୁ ଭାରତୀୟ ଅଞ୍ଚଳ ମଧ୍ୟରେ ସାମିଲ କରାଯିବାକୁ ନେପାଳ ସରକାର ତୀବ୍ର ବିରୋଧ କରିଛନ୍ତି।
ଶନିବାର ଦିନ ରିଲିଜ୍ ହୋଇଥିବା ନୂଆ ରାଜନୈତିକ ମାନଚିତ୍ରରେ ପାକିସ୍ତାନ ଅଧିକୃତ କଶ୍ମୀର ନୂଆ କରି ସୃଷ୍ଟି ହୋଇଥିବା ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଂଶ ହୋଇଥିବା ବେଳେ ଗିଲ୍ଗିତ୍-ବାଲ୍ତିସ୍ତାନ୍ର ହେଉଛି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଅଂଶ।
କିନ୍ତୁ, ନେପାଳ ସରକାର ସ୍ପଷ୍ଟ କରିଛନ୍ତି ଯେ ‘କଳାପାଣି’ ତାଙ୍କ ଦେଶର ଅବିଚ୍ଛେଦ୍ୟ ଅଂଶ। ଏହି ଅମିମାଂସୀତ ଅଞ୍ଚଳ ପାଇଁ ନୂଆଦିଲ୍ଲୀ ଓ କାଠମଣ୍ଡୁ ମଧ୍ୟରେ ତଥାପି ଆଲୋଚନା ଚାଲିଛି।
Image Source: India Todayନେପାଳର ବୈଦେଶିକ ମନ୍ତ୍ରୀ କହିଛନ୍ତି: ‘କଳାପାଣି’ ନେପାଳର ଅଂଶ ବୋଲି ନେପାଳ ସରକାରଙ୍କର ଦୃଢ଼ ବିଶ୍ୱାସ।
ଏକ ପ୍ରେସ୍ ବିବୃତିରେ କୁହାଯାଇଛି: ସୀମାନ୍ତ ସଂକ୍ରାନ୍ତ ବାକି ସମସ୍ୟାଗୁଡ଼ିକ ଦ୍ୱିପାକ୍ଷିକ ସହମତିରେ ସମାଧାନ କରାଯିବ ଏବଂ ଏକତରଫା କାର୍ଯ୍ୟକଳାପ ନେପାଳ ସରକାରଙ୍କ ଦ୍ୱାରା ଗ୍ରହଣୀୟ ହେବ ନାହିଁ।
ସୀମା ସମସ୍ୟା ସମାଧାନ ପାଇଁ ଉଭୟ ଦେଶର ବୈଦେଶିକ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି।
ଭାରତ ରିଲିଜ୍ କରିଥିବା ମାନଚିତ୍ରରେ କଳାପାଣିକୁ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ, ଏହା ନେପାଳର ଦରଚୂଳ ଜିଲ୍ଲାର ବୋଲି ନେପାଳ ଅଭିଯୋଗ କରୁଛି।
Follow Us