ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ଉପହାର ଆକାରରେ ଦିଆଯାଇଥିବା କରୋନିଲ କିଟ୍ ବଣ୍ଟନକୁ ବନ୍ଦ କଲା ନେପାଳ

Advertisment
ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ଉପହାର ଆକାରରେ ଦିଆଯାଇଥିବା କରୋନିଲ କିଟ୍ ବଣ୍ଟନକୁ ବନ୍ଦ କଲା ନେପାଳ

India Today

କାଠମାଣ୍ଡୁ: ନେପାଳର ଆୟୁର୍ବେଦ ଏବଂ ବିକଳ୍ପ ଔଷଧ ବିଭାଗ ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ଉପହାର ଆକାରରେ ଦିଆଯାଇଥିବା କରୋନିଲ କିଟ୍ ବଣ୍ଟନକୁ ବନ୍ଦ କରିଦେଇଛି। କାଠମାଣ୍ଡୁ ପକ୍ଷରୁ ଦର୍ଶାଯାଇଛି ଯେ କୋଭିଡ -୧୯ ମହାମାରୀ ମଧ୍ୟରେ ଏକ ଉଚ୍ଚ ପ୍ରତିରୋଧକ ଶକ୍ତି ଯୋଗାଇବା ପାଇଁ ପତଞ୍ଜଳିର ୧,୫୦୦କରୋନିଲ କିଟ୍ କ୍ରୟ କରିବା ସମୟରେ ଉପଯୁକ୍ତ ପ୍ରକ୍ରିୟା ପାଳନ କରାଯାଇନଥିଲା। ସେଥିପାଇଁ ଏହାର ବଣ୍ଟନ ଉପରେ ରୋକ ଲଗା ଯାଇଛି |

କରୋନିଲ କିଟରେ ଥିବା ଟାବଲେଟ୍ ଏବଂ ନାସାଲ୍ ଡ୍ରପ କରୋନା ଭୂତାଣୁକୁ ପରାସ୍ତ କରିବା ପାଇଁ ସକ୍ଷମ ନୁହେଁ ବୋଲି ନେପାଳ ସରକାରଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି। ଅଧିକାରୀମାନେ କରୋନିଲ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନର (ଆଇଏମଏ) ଆଭିମୁଖ୍ୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଭୂଟାନ ପରେ ନେପାଳ ହେଉଛି ଦ୍ୱିତୀୟ ଦେଶ ଯିଏ କରୋନିଲ କିଟ୍ ବଣ୍ଟନକୁ ବନ୍ଦ କରିଛି। ପୂର୍ବରୁ ଭୂଟାନର ଡ୍ରଗ୍ ନିୟାମକ ପ୍ରାଧିକରଣ କରୋନିଲ ବଣ୍ଟନକୁ ବନ୍ଦ କରିସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାମଦେବ ଗତ ବର୍ଷ ଜୁନ୍ ୨୩ରେ ଭାରତରେ କରୋନା ମହାମାରୀ ଶିଖରରେ ଥିବା ବେଳେ ଆୟୁର୍ବେଦ ଭିତ୍ତିକ କରୋନିଲ୍ ଟାବଲେଟକୁ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe