ସ୍ବାଧୀନତା ଦିବସରେ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ନେପାଳୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

ସ୍ବାଧୀନତା ଦିବସରେ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ନେପାଳୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

Image Courtesy of Zee News

ନୂଆଦିଲ୍ଲୀ: ଭାରତର ୭୪ତମ ସ୍ବାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଇବାକୁ ଶନିବାର ଦିନ ନେପାଳୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍‌ କରିଥିବା କଥା ଏକ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ଅଳ୍ପ ଦିନ ତଳେ ଭାରତ ଜାତିସଂଘ ନିରାପତ୍ତା ପରିଷଦ୍‌ର ଅଣ-ସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ଓଲି ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିବୃତିରେ କୁହାଯାଇଛି ଯେ, ଉଭୟ ଦେଶରେ କୋଭିଡ୍-୧୯ ମହାମାରୀ ପ୍ରଭାବକୁ ଯଥା ସମ୍ଭବ ହ୍ରାସ କରିବା ଲାଗି ଚାଲିଥିବା ଉଦ୍ୟମରେ ଦୁଇ ନେତା ପାରସ୍ପରିକ ସହଯୋଗ କଥା କହିଛନ୍ତି। ଏ ବାବଦରେ ଭାରତ ନେପାଳକୁ ସହାୟତା ଦେଇ ଚାଲିବ ବୋଲି ପ୍ରଧାନମନ୍ତ୍ରୀ କହି‌ଛନ୍ତି।

publive-image Image Courtesy of Hindustan Times

ଫୋନ୍‌ କରିଥିବାରୁ ମୋଦୀ ତାଙ୍କର ନେପାଳୀ ପ୍ରତିପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଭାରତ ଓ ନେପାଳ ମଧ୍ୟରେ ଥିବା ସଭ୍ୟତା ଓ ସଂସ୍କୃତିଗତ ସମ୍ପର୍କ କଥା ସ୍ମରଣ କରିଥିଲେ।

ଉତ୍ତରଖଣ୍ଡର କିଛି ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ଜାରି କରିଥିବା ରାଜନୈତିକ ମାନଚିତ୍ର ଯୋଗୁଁ ଭାରତ-ନେପାଳ ସମ୍ପର୍କରେ ଆସିଥିବା ତିକ୍ତତା ମଧ୍ୟରେ ଓଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଛନ୍ତି। ଶୁକ୍ରବାର ଦିନ ମଧ୍ୟ ଓଲି ଟୁଇଟ୍‌ କରି ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସେ ଲେଖିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ, ଭାରତ ସରକାର ଓ ଭାରତବାସୀଙ୍କୁ ୭୪ତମ ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ। ଭାରତବାସୀଙ୍କ ଉତ୍ତରୋତ୍ତର ପ୍ରଗତି ଓ ସମୃଦ୍ଧି ଲାଗି ଶୁଭକାମନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe