ଦୂରଦର୍ଶନକୁ ଛାଡ଼ି ଭାରତର ବାକି ସବୁ ‌ଘରୋଇ ଟିଭି ନିଉଜ୍ ଚାନେଲ ପ୍ରସାରଣ ବନ୍ଦ କଲା ନେପାଳ

Advertisment
ଦୂରଦର୍ଶନକୁ ଛାଡ଼ି ଭାରତର ବାକି ସବୁ ‌ଘରୋଇ ଟିଭି ନିଉଜ୍ ଚାନେଲ ପ୍ରସାରଣ ବନ୍ଦ କଲା ନେପାଳ

Image Courtesy of The Times of India

କାଠମାଣ୍ଡୁ: ଦୂରଦର୍ଶନକୁ ବାଦ ଦେଇ ଭାରତର ବାକି ସମସ୍ତ ନିଉଜ୍‌ ଚାନେଲ୍ ସିଗ୍‌ନାଲ୍‌କୁ ସମଗ୍ର ନେପାଳରେ ବନ୍ଦ କରି ଦିଆଯାଇଥିବା କଥା ନେପାଳର କେବଲ୍ ଟେଲିଭିଜନ୍ ଯୋଗାଣକାରୀମାନେ କହିଛନ୍ତି। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ଆନୁଷ୍ଠାନିକ ଆଦେଶନାମା ଜାରି କରାଯାଇନାହିଁ।

ନେପାଳର ଅନ୍ୟତମ ଚ୍ୟାନେଲ୍ ଅପରେଟର୍ ମେଗା ମ୍ୟାକ୍ସ୍ ଟିଭିର ଧ୍ରୁବ ଶର୍ମା କହିଛନ୍ତି, ଆଜି (ଗୁରୁବାର) ସନ୍ଧ୍ୟାରୁ ଆମେ ସବୁ ଭାରତୀୟ ଚାନେଲ୍‌ର ସିଗ୍‌ନାଲ୍ ବନ୍ଦ କରି ଦେଇଛୁ।

publive-image New Indian Express

ନେପାଳ ସରକାର ଏବଂ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କ ବିରୋଧରେ ଭାରତୀୟ ଗଣମାଧ୍ୟମ ଭିତ୍ତିହୀନ ପ୍ରଚାର ବନ୍ଦ କରିବା ଆବଶ୍ୟକ ବୋଲି ନେପାଳର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏବଂ ଶାସକ ନେପାଳ କମ୍ୟୁନିଷ୍ଟ୍ ପାର୍ଟିର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ କହିବାର କେତେ ଘଣ୍ଟା ପରେ ନେପାଳର ମଲ୍ଟି-ସିଷ୍ଟମ୍ ଅପରେଟର୍‌ସ୍ ଏ ଭଳି ପଦକ୍ଷେପ ଗ୍ରହଣ କରିଛି।

ସାମ୍ପ୍ରତିକ ସରକାରଙ୍କୁ ବଦନାମ କରିବାକୁ କେତେକ ଗଣମାଧ୍ୟମ ଚାନେଲ୍ ଯେଉଁ ସ୍ତରକୁ ଚାଲିଯାଇଛନ୍ତି ସେଥିରେ ଅବିଶ୍ବାସ ପ୍ରକାଶପୂର୍ବକ ଶ୍ରେଷ୍ଠ ଗୁରୁବାର ଦିନ ଟୁଇଟ୍ କରିଥିଲେ।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଭାରତର କେତେକ ଅଞ୍ଚଳକୁ ନିଜ ଅଞ୍ଚଳ ବୋଲି ଦର୍ଶାଇ ମେ ମାସରେ ନେପାଳ ନୂଆ ମାନଚିତ୍ର ଜାରି କରିବା କାରଣରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe