ସମାଲୋଚକଙ୍କୁ ଆଚମ୍ବିତ କରି ପାର୍ଲାମେଣ୍ଟ୍‌ ଭାଙ୍ଗିଲେ ନେପାଳର ପ୍ରଧାନମନ୍ତ୍ରୀ ଓଲି

Advertisment
ସମାଲୋଚକଙ୍କୁ ଆଚମ୍ବିତ କରି ପାର୍ଲାମେଣ୍ଟ୍‌ ଭାଙ୍ଗିଲେ ନେପାଳର ପ୍ରଧାନମନ୍ତ୍ରୀ ଓଲି

Image Courtesy of Hindustan Times

ନୂଆଦିଲ୍ଲୀ: ବିବାଦୀୟ ଅଧ୍ୟାଦେଶ ପ୍ରତ୍ୟାହାର କରି ନେବାକୁ ଶାସକ ‘ନେପାଳ କମ୍ୟୁନିଷ୍ଟ୍‍ ପାର୍ଟି’ରେ ଥିବା ସମାଲୋଚକମାନଙ୍କ ଚାପରେ ଥିବା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ପାର୍ଲାମେଣ୍ଟ୍‌ ଭାଙ୍ଗିବା ଲାଗି ରବିବାର ସକାଳେ ସୁପାରିସ କରିଛନ୍ତି। ରବିବାର ସକାଳେ ପ୍ରଧାନମନ୍ତ୍ରୀ ଓଲି ଡାକିଥିବା କ୍ୟାବିନେଟ୍‌ର ଜରୁରୀ ବୈଠକରେ ଏହି ଅନୁମୋଦନ ପାରିତ ହୋଇଥିଲା।

ବୈଠକ ପରେ ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟ୍‌ର ଶକ୍ତିମନ୍ତ୍ରୀ କାଠମାଣ୍ଡୁରେ କହିଛନ୍ତି ଯେ, ପାର୍ଲାମେଣ୍ଟ୍‌ ଭଙ୍ଗ କରିବାକୁ ଆଜି କ୍ୟାବିନେଟ୍‌ ବୈଠକରେ ସ୍ଥିର କରାଯାଇ ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଛି।

publive-image Image Courtesy of India Today

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦହଲଙ୍କ ନେତୃତ୍ୱରେ ‘ନେପାଳ କମ୍ୟୁନିଷ୍ଟ୍‍ ପାର୍ଟି’ରେ ଥିବା ବିରୋଧୀ ଗୋଷ୍ଠୀର ତୀବ୍ର ଚାପରେ ଥିବା ଓଲିଙ୍କର ଏ ଭଳି ଆକସ୍ମିକ ପଦକ୍ଷେପ ସମସ୍ତଙ୍କୁ ଚମତ୍କତ କରିଛି।

ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଓଲି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ତାଙ୍କ ବାସଭବନ ‘ଶୀତଳ ନିବାସ’ରେ ଭେଟିଥିଲେ।

ପ୍ରଧାନମନ୍ତ୍ରୀଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କ୍ଷମତା ରହିବ ବୋଲି ମଙ୍ଗଳବାର ଦିନ ନେପାଳ ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ। ଏହାକୁ ଶାସକ ଦଳରେ ଥିବା ପ୍ରଧାନମନ୍ତ୍ରୀ ଓଲିଙ୍କ ସମାଲୋଚକମାନେ ଖୁବ୍‌ ବିରୋଧ କରିଥିଲେ। ଏହାକୁ ପ୍ରତ୍ୟାହାର କରିନେବାକୁ ବୁଧବାର ଦିନ ଦଳର ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ଏକ ପ୍ରସ୍ତାବନା ଜାରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe