ନେରେଡ଼ି ବ୍ୟାରେଜ ପାଇଁ ଆନ୍ଧ୍ର ବ୍ୟାକୁଳ: ଟ୍ରିବ୍ୟୁନାଲ୍‌ଙ୍କ ରାୟକୁ ଗେଜେଟ୍‌ରେ ପ୍ରକାଶ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ର

Advertisment
ଆଉ ତିନିମାସ ବଢ଼ିଲା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଅବଧି

The New Indian Express

ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ଚୂଡ଼ାନ୍ତ ରାୟକୁ ଗେଜେଟ୍‌ରେ ପ୍ରକାଶ କରିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି। ଶ୍ରୀ ରେଡ୍ଡି ପତ୍ରରେ ଉଲ୍ଲେଖ କରିଛନ୍ତି, ଟ୍ରିବ୍ୟୁନାଲ୍‌ ଚୂଡ଼ାନ୍ତ ରାୟରେ ବଂଶଧାର ନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିବା ଦୃଷ୍ଟିରୁ ଆନ୍ଧ୍ରର ପଛୁଆ ଶ୍ରୀକାକୁଲମ ଜିଲ୍ଲାର ଚାଷୀ ନେରେଡ଼ି ବ୍ୟାରେଜ ନିର୍ମାଣ ଅପେକ୍ଷାରେ ଅଛନ୍ତି। ରାୟ ପ୍ରକାଶ ହେବାର ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ଟ୍ରିବ୍ୟୁନାଲ୍‌ ଜୁନ୍‌ ୨୧, ୨୦୨୧ ରାୟ ରିପୋର୍ଟକୁ ଜୁନ୍‌ ୨୩ରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ‌ରେଡ୍ଡି ପତ୍ରରେ ଅବଗତ କରିଛନ୍ତି।

ରାୟ ଆନ୍ଧ୍ର ସପକ୍ଷରେ ଯିବାପରେ ଏହାକୁ କାର୍ଯ୍ୟକାରୀ କରି‌ବା ପାଇଁ ଆନ୍ଧ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଗତ ଜୁଲାଇ ମାସ ପ୍ରଥମ ସପ୍ତାହରେ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ସହମତି ଲୋଡ଼ିଥିଲେ। ହେଲେ ଆନ୍ଧ୍ର ସରକାରଙ୍କ ଅନୁରୋଧକୁ ଓଡ଼ିଶା ସରକାର ଗ୍ରହଣ କରିନଥିଲେ। ସୁପ୍ରିମକୋର୍ଟରେ ଏହି ମାମଲା ବିଚାରାଧୀନ ଥିବାରୁ ଚୂଡ଼ାନ୍ତ ରାୟ ନ ଆସିବା ଯାଏ ଓଡ଼ିଶା ସହମତି ପ୍ରଦାନ କରିବ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେଇଥି‌ଲା।

ଏହା ପରେ ଚଳିତ ମାସ ତୃତୀୟ ସପ୍ତାହରେ ଓଡ଼ିଶା ସରକାର ବଂଶଧାରା ଟ୍ରିବ୍ୟୁନାଲ୍‌ଙ୍କ ଚୂଡ଼ାନ୍ତ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିଥିଲେ। ମାମଲାର ଶୁଣାଣି ଗତ ୨୪ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜଷ୍ଟିସ୍‌ ବିଭି ନାଗରତ୍ନାଙ୍କ ଖଣ୍ଡପୀଠରେ ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିବା ସହିତ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ତିନିଟି ଏସ୍‌ଏଲ୍‌ପିର ଚୂଡ଼ାନ୍ତ ଶୁଣାଣି ପାଇଁ ନଭେମ୍ବର ୧୧ ତାରିଖକୁ ଧାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଧାରରେ ‌କେନ୍ଦ୍ର ସରକାର ଗେଜେଟ୍‌ ବିଜ୍ଞପ୍ତି ଜାରି କରିପାରନ୍ତି ବୋଲି ମାମଲାରେ ଜଡ଼ିତ ଜଣେ ଆଇନଜୀବୀ ମତ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe