Image Courtesy of Google Play
ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ଯୋଗୁଁ ଇଣ୍ଟର୍ନେଟ୍ ବନ୍ଦ ରଖାଯିବାରୁ ‘ବ୍ରିଜ୍ଫାଇ’, ‘ଫାୟାର୍-ଚାଟ୍’ ଏବଂ ଅନ୍ୟାନ୍ୟ ଅଫ୍ଲାଇନ୍ ମେସେଜିଙ୍ଗ୍ ଆପ୍ଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି। ନିକଟ ଅତୀତରେ ହଙ୍ଗ୍ କଙ୍ଗ୍ରେ ରାଜନୈତିକ ସଙ୍କଟ ଯୋଗୁଁ ଇଣ୍ଟର୍ନେଟ୍ ବନ୍ଦ ରହିବାରୁ ଉପରୋକ୍ତ ଦୁଇଟି ଆପ୍ ଖୁବ୍ ଲୋକପ୍ରିୟ ହୋଇଥିଲା। ଏ ଦୁଇଟିକୁ ବ୍ୟବହାର କରି ଲୋକେ ପରସ୍ପର ମଧ୍ୟରେ ସମ୍ପର୍କ ରଖୁଥିଲେ।
ଏ ଦୁଇ ଆପ୍ ‘ମେସ୍ ନେଟ୍ଓ୍ଵାର୍କ’ ଜରିଆରେ ଚାଲନ୍ତି। ଅର୍ଥାତ୍ ‘କ୍ୟାରିୟର୍ ସେଲ୍ ମାଷ୍ଟ୍’ ଏବଂ ‘ଇଣ୍ଟର୍ନେଟ୍’କୁ ମାଧ୍ୟମ ନ କରି ସ୍ମାର୍ଟଫୋନ୍ ସବୁ ‘ବ୍ଲୁଟୁଥ୍’ରେ ସଂଯୋଗ ହୋଇ ସ୍ୱଳ୍ପ ଦୂରତାବିଶିଷ୍ଟ ନିଜ ନିଜର ସ୍ୱାଧୀନ ନେଟ୍ଓ୍ଵାର୍କ ସ୍ଥାପନ କରନ୍ତି। ଏହାକୁ ମାଧ୍ୟମ କରି ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ପରସ୍ପର ସହ ଭାବ ଆଦାନପ୍ରଦାନ କରୁଛନ୍ତି।
Image Courtesy of The Times of Indiaଯୁକ୍ତରାଷ୍ଟ୍ର ଆମେରିକାର ଆପ୍ ଗୁଇନ୍ଦା ସଂସ୍ଥା ‘ଆପୋଟୋପିଆ’ରୁ ମିଳିଥିବା ତଥ୍ୟ ଅନୁସାରେ, ଡିସେମ୍ବର ୧୨ ତାରିଖରେ ଆସାମ ଓ ମେଘାଳୟରେ ଇଣ୍ଟର୍ନେଟ୍ ବନ୍ଦ ରହିବା ପରେ ‘ବ୍ରିଜ୍ଫାଇ’ ଡାଉନ୍ଲୋଡ୍ ଏବଂ ତା’ର ବ୍ୟବହାର ହାରାହାରି ୮୦ ଗୁଣ ବଢ଼ିଯାଇଛି। ଏହାଛଡ଼ା ଅନ୍ୟାନ୍ୟ ବହୁ ସହରରେ ଇଣ୍ଟର୍ନେଟ୍ ସେବା ବନ୍ଦ ରହିଲେ ଏ ଭଳି ଆପ୍ର ଡାଉନ୍ଲୋଡ୍ ମଧ୍ୟ ବଢ଼ିଯାଉଛି।
ଇଣ୍ଟର୍ନେଟ୍ ସେବା ବନ୍ଦ ପୂର୍ବ ଓ ପରବର୍ତ୍ତୀ ତଥ୍ୟକୁ ତୁଳନା କଲେ ଏହା ସ୍ପଷ୍ଟ ଜଣାପଡ଼ିଯାଉଛି। ଭାରତରେ ଦୈନିକ ହାରାହାରି ୨୫ଟି ‘ବ୍ରିଜ୍ଫାଇ’ ଡାଉନ୍ଲୋଡ୍ ହେଉଥିବା ବେଳେ ଡିସେମ୍ବର ୧୨ ତାରିଖରେ ତାହା ୧୦୦ ଗୁଣ ଟପିଯାଇ ୨, ୬୦୯ ଥର ଡାଉନ୍ଲୋଡ୍ ହୋଇଛି। କେବଳ ଏତିକି ନୁହେଁ, ଏହି ଆପ୍ର ଆକ୍ଟିଭ୍ ୟୁଜର୍ ବେସ୍ ୬୫ ଗୁଣ ବଢ଼ିଯାଇଛି। ଡିସେମ୍ବର ୧୧ ତାରିଖରେ ୧୮୪ ୟୁଜର୍ ଥିବାବେଳେ ଡିସେମ୍ବର ୧୨ରେ ୟୁଜର୍ ସଂଖ୍ୟା ୧୨, ୧୧୮କୁ ବୃଦ୍ଧି ପାଇଥିଲା।
Follow Us