ମୁମ୍ବାଇ : ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ନିଟ୍ ଲାଭରେ ୪୦.୮% ବୃଦ୍ଧି ପାଇ ୧୯,୪୪୩ କୋଟି ଟଙ୍କା ହୋଇଛି। ରିଲାଏନ୍ସ ରିଟେଲ୍ର ନିଟ୍ ଲାଭ ୧୧୪.୨% ବୃଦ୍ଧି ପାଇ ୨,୦୬୧ କୋଟି ଟଙ୍କା ହୋଇଛି। ଆଲୋଚ୍ୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ର ମୋଟ ରାଜସ୍ୱ ୫୧.୯% ବୃଦ୍ଧି ପାଇ ୫୮,୫୫୪ କୋଟି ଟଙ୍କା ହୋଇଛି। ଉଚ୍ଚ ଅଶୋଧିତ ତୈଳ ଓ ଉତ୍ପାଦ ମୂଲ୍ୟ ଯୋଗୁଁ ତ୍ରୈମାସିକରୁ ତ୍ରୈମାସିକ ଭିତିରେ କ୍ଷେତ୍ର ରାଜସ୍ୱ ୫୬.୭% ବୃଦ୍ଧି ପାଇ ୧,୬୧,୭୧୫ କୋଟି ଟଙ୍କା ହୋଇଛି। ରିଲାଏନ୍ସ ଜିଓ ଇନ୍ଫୋକମ୍ର ନିଟ୍ ଲାଭ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୩୩୫ କୋଟି ଟଙ୍କା ହୋଇଛି। ରିଲାଏନ୍ସ ଜିଓର ରାଜସ୍ୱ ୨୧,୮୭୩ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ରାଜସ୍ୱ ତୁଳନାରେ ୨୧.୫ ପ୍ରତିଶତ ଅଧିକ ।
ଆର୍ଆଇଏଲ୍ର ନିଟ୍ ଲାଭ ୧୯,୪୪୩ କୋଟି
Advertisment
Follow Us