ଏତେ କୋଟିର ମାଲିକ ହତ୍ୟା ମାମଲାରେ ଫସିଥିବା କନ୍ନଡ ଅଭିନେତା ଦର୍ଶନ

Advertisment
ଏତେ କୋଟିର ମାଲିକ ହତ୍ୟା ମାମଲାରେ ଫସିଥିବା କନ୍ନଡ ଅଭିନେତା ଦର୍ଶନ

ବେଙ୍ଗାଲୁରୁ: ପ୍ରଶଂସକଙ୍କ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଏକ ମାମଲା ରୁଜୁ ହେବା ପରେ ତାଙ୍କ ଫାର୍ମହାଉସରୁ ତାଙ୍କୁ ଗିରଫ କରାଯାଇଥିଲା। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କୁ ତାଙ୍କ ମହୀସୁରର ଫାର୍ମ ହାଉସରୁ ଗିରଫ କରିଥିଲା ପୁଲିସ | ଏବେ ସେ ପୁଲିସ ହେପାଜତରେ ଥିବା ବେଳେ ତାଙ୍କୁ ନେଇ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସୁଛି |

ହତ୍ୟା ପରେ ଦର୍ଶନ ଦୋଷ ନିଜ ମୁଣ୍ଡକୁ ନେବା ପାଇଁ ୩ଜଣ ଯୁବକଙ୍କୁ ୩୦ଲକ୍ଷ ଟଙ୍କା ଦେଇଥିଲେ | ଏଥିପାଇଁ ସେ ନିଜ ସାଙ୍ଗଠାରୁ ୪୦ଲକ୍ଷ ଟଙ୍କା ଧାର ଆଣିଥିଲେ | ଟଙ୍କା ଧାର ଆଣିବା ଖବର ମଧ୍ୟରେ ଏବେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଜାତୀୟ ଗଣମାଧ୍ୟମ ମୁତାବକ ଦର୍ଶନ ମୋଟ ୧୨ମିଲିଅନ ଡଲାରର ମାଲିକ ଅଟନ୍ତି | ସେ ଜଣେ ଅଭିନେତା ହେବା ସହ ଫିଲ୍ମ ପ୍ରଯୋଜକ ଏବଂ ବିତରକ ମଧ୍ୟ | ଫିଲ୍ମରୁ କୋଟି କୋଟି ଟଙ୍କା ଆୟ କରୁଥିବା ଦର୍ଶନ କ'ଣ ପାଇଁ ଟଙ୍କା ଧାର ଆଣିଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

ଉଲ୍ଲେଖଯୋଗ୍ୟ, ଦର୍ଶନ ୨୦୦୦ମସିହାରୁ ବିବାହ କରିସାରିଥିବା ବେଳେ ଏବେ ପବିତ୍ରାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏହା ଜାଣିବା ପରେ ମୃତକ ତଥା ଦର୍ଶନଙ୍କ ପ୍ରଶଂସକ ରେନୁକା ସ୍ୱାମୀ ପବିତ୍ରାଙ୍କୁ ଗାଳି କରି ମେସେଜ କରୁଥିଲେ। ତୁମ ପାଇଁ ଦର୍ଶନଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେଉଛି। ତାଙ୍କଠୁ ଦୂରେଇ ଯାଅ। ନଚେତ୍ ପରିଣାମ ଭୋଗିବ ବୋଲି ଲେଖିଥିଲେ ରେନୁକା ସ୍ୱାମୀ। ଏହା ଜାଣିବା ପରେ ଦର୍ଶନ ନିଜ ଫ୍ୟାନ ଆସୋସିଏସନର ୯ଜଣ ଯୁବକଙ୍କୁ ସୁପାରୀ ନେଇ ରେନୁକା ସ୍ୱାମୀଙ୍କୁ ହତ୍ୟା କରିବାକୁ କହିଥିଲେ।

ଏହା ସହ, ଜୁନ ୮ରେ ଦର୍ଶନଙ୍କ ପ୍ରଶଂସକମାନେ ଚିତ୍ରଦୂର୍ଗର ଔଷଧ ଦୋକାନରେ କାମ କରୁଥିବା ରେନୁକା ସ୍ୱାମୀଙ୍କୁ ଅପହରଣ କରିଆଣି ବେଙ୍ଗାଲୁରୁର ରାଜାର‌ାଜେଶ୍ବରୀନଗରରେ ଥିବା ଫାର୍ମହାଉସରେ ରଖିଥିଲେ। ଏହା ପରେ ତାଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ରାତି ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ସିସିଟିଭିରେ ଦେଖାଯାଇଛି ଯେ, ଉଭୟ ଦର୍ଶନ ଓ ପବିତ୍ରା ୧୧ଟାରେ ଫାର୍ମହାଉସ୍ ଆସିଥିବା ବେଳେ ମୃତଦେହକୁ ଫିଙ୍ଗିବାର ଆଦେଶ ଦେଇ ଭୋର ୩ଟା ୩୦ରେ ଦୁହେଁ ସେଠାରୁ ବାହାରିଥିଲେ। ଏହା ଦେଖିବା ପରେ ପୁଲିସ ଦର୍ଶନ ଓ ପବିତ୍ରାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe