ମାତ୍ର ଏତିକି ଟଙ୍କାର ମାଲିକ ଓମାର ଅବଦୁଲ୍ଲା!

ଓମାର ଅବଦୁଲ୍ଲା ଏବଂ ଫାରୁକ୍ ଅବଦୁଲ୍ଲା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ଓମାର ଫାରୁକ୍ ଅବଦୁଲ୍ଲାଙ୍କ ପୁଅ, ଯିଏ ଏଥର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ‌ଦୌଡ଼ରେ ଅଛନ୍ତି।

jMMM

ଶ୍ରୀନଗର: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ଫଳାଫଳ ପାଇଁ ଭୋଟ୍ ଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା । ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫଳାଫଳ ଆସିବା ପରେ ଏବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ଓମାର ଅବଦୁଲ୍ଲା। ତାଙ୍କ ବାପା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପୁଅ ଏଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ।

୨୦୦୯ରୁ ୨୦୧୫ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ଓମାର ୧୦ ମାର୍ଚ୍ଚ ୧୯୭୦ରେ ବ୍ରିଟେନରେ ଜନ୍ମଗ୍ରହଣ କରିଥିଲେ | ସେ ଶେଖ ଅବଦୁଲ୍ଲାଙ୍କ ନାତି ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ପୁତ୍ର | ତାଙ୍କ ପିତା ଏବଂ ଜେଜେ ମଧ୍ୟ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପାଠପଢ଼ା ବିଷୟରେ କହିବାକୁ ଗଲେ ସେ ଶ୍ରୀନଗରର ସୋନୱାର ବାଗରେ ଥିବା ବର୍ନ ହଲ୍ ସ୍କୁଲରୁ ପାଠପଢ଼ା ଆରମ୍ଭ କରିଥିଲେ। ଏହା ପରେ ସେ ସୋନୱାରର ଲରେନ୍ସ ସ୍କୁଲରେ ଅଧ୍ୟୟନ କରିଥିଲେ | ପରେ ସେ ମୁମ୍ବାଇର ସିଡେନହମ୍ କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସରୁ ବାଣିଜ୍ୟରେ ସ୍ନାତକତ୍ତୋର କରିଥିଲେ। ଏହା ପରେ ସେ ବିଦେଶ ଯାଇ ପାଠ ପଢ଼ିଥିଲେ ବି ରାଜନୀତି ପାଇଁ ଅଧାରୁ ପାଠପଢ଼ା ଛାଡ଼ିଥିଲେ। ୨୮ବର୍ଷ ବୟସରେ ସାଂସଦ ଭାବେ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିବା ଓମାର ଏବେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଏମଧ୍ୟ‌ରେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ଆମେ ନିର୍ବାଚନ ସତ୍ୟପାଠକୁ ଦେଖିବା ତେବେ ସେ ମୋଟ ୫୪.୪୫ଲକ୍ଷ ଟଙ୍କାର ମାଲିକ ଅଟନ୍ତି। ତାଙ୍କ ପାଖରେ ନିଜ ଘର, କାର୍ ବା କ‌ୌଣସି ବ୍ୟବସାୟ ନାହିଁ। ଓମାର ଅବଦୁଲ୍ଲାଙ୍କ ଆୟର ଉତ୍ସ ହେଉଛି ପୂର୍ବତନ ବିଧାୟକ ତଥା ସାଂସଦ ଭାବରେ ତାଙ୍କୁ ମିଳୁଥିବା ୭.୯୨ ଲକ୍ଷ ଏବଂ ୧୯.୩୯ଲକ୍ଷ ଟଙ୍କାର ବାର୍ଷିକ ପେନସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe