ହରିୟାଣାରେ ହାରିବା ପରେ ରାହୁଲଙ୍କ ସମ୍ପତ୍ତିକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

Advertisment

ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପରେ ଇଣ୍ଡିଆ ବ୍ଲକର ସହଯୋଗୀମାନେ ଏବେ ଖୋଲାଖୋଲି ଭାବେ କଂଗ୍ରେସ ବିରୋଧରେ ବାହାରିଛନ୍ତି। ବିଶେଷ କରି ଅନେକ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପରେ ଇଣ୍ଡିଆ ବ୍ଲକର ସହଯୋଗୀମାନେ ଏବେ ଖୋଲାଖୋଲି ଭାବେ କଂଗ୍ରେସ ବିରୋଧରେ ବାହାରିଛନ୍ତି। ବିଶେଷ କରି ଅନେକ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

rahull

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏଠାରେ କଂଗ୍ରେସ ଜିତିବ ବୋଲି ବୁଥ୍‌ବାହୁଡ଼ା ମତଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଥିବା ବେଳେ କଂଗ୍ରେସଠାରୁ ବିଜୟ ଛଡ଼ାଇ ନେଇଛି ବିଜେପି। ୧୦ ବର୍ଷ ଧରି ଶାସନ କରି ଆସୁଥିବା ବିଜେପି ସରକାର ବିରୋଧୀ ଅସନ୍ତୋଷ ସତ୍ତ୍ୱେ ୯୦ ସଦସ୍ୟ ବିଶିଷ୍ଟ ଗୃହରେ  ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି।

ବିଜେପିର ବିଜୟ ସହିତ ଏବେ ସମସ୍ତଙ୍କ ଟାର୍ଗେଟକୁ ଆସିଛି କଂଗ୍ରେସ। ଅଧିକ ଆତ୍ମବିଶ୍ୱାସ ପାଇଁ କଂଗ୍ରେସ ହାରିଥିବା ନେଇ ଅନେକ ମତ ରଖୁଥିବା ବେଳେ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାଣିବାକୁ ମିିଳିଛି ଯେ ରାହୁଲଙ୍କ ପାଖରେ ୨୦ କୋଟି ଟଙ୍କା ଅଛି। ତାଙ୍କ ନାମରେ କୌଣସି ଫ୍ଲାଟ୍‌ କିମ୍ବା ଯାନର ମାଲିକାନା ନାହିଁ।

ଗାନ୍ଧୀଙ୍କର ପ୍ରାୟ ୯.୨୪ କୋଟି ଟଙ୍କାର ଅସ୍ଥାବର ସଂପତ୍ତି ରହିିଥିବା ବେଳେ ଏଥିରେ ନଗଦ ୫୫ ହଜାର ଟଙ୍କା, ୨୬.୨୫ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ଜମା ବଣ୍ଡ୍‌, ସେୟାର ମାର୍କେଟରେ ୪.୩୩ କୋଟି ଟଙ୍କା ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ୩.୮୧ କୋଟି ଟଙ୍କାର ନିବେଶ, ସୁନା ବଣ୍ଡରେ ୧୫.୨୧ ଲକ୍ଷ ଓ ୪.୨୦ ଲକ୍ଷ ଟଙ୍କାର ଅଳଙ୍କାର ରହିଛି।

କଂଗ୍ରେସ ନେତାଙ୍କର ୧୧.୧୫ କୋଟି ଟଙ୍କାର ସ୍ଥାବର ସଂପତ୍ତି ରହିଛି। ସେଥିରେ ତାଙ୍କର ଚାଷ ଜମି ରହିଛି, ‌ଯାହାକି ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ଅଛି। ସେହିପରି ଗୁରୁଗ୍ରାମରେ ୯ କୋଟି ଟଙ୍କାର ଏକ ଅଫିସ୍‌ ସ୍ପେସ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe