ଏତେ କୋଟିର ମାଲିକାଣୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

Advertisment

ଶାଲିମାର ବାଗ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେପି ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କୁ ବିଜେପି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବାଛିବା ପରେ ଏବେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଶାଲିମାର ବାଗ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେପି ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କୁ ବିଜେପି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବାଛିବା ପରେ ଏବେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

trekhukal

ନୂଆଦିଲ୍ଲୀ: ଶାଲିମାର ବାଗ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେପି ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କୁ ବିଜେପି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବାଛିଛି। ସେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରେଖା ଗୁପ୍ତାଙ୍କ ଜନ୍ମ ହରିୟାଣାର ଜିନ୍ଦରେ ହୋଇଥିଲା। କିନ୍ତୁ ଯେତେବେଳେ ରେଖାଙ୍କୁ ମାତ୍ର ୨ବର୍ଷ ବୟସ ହୋଇଥିଲା, ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲେ। ରେଖା ପେଶାରେ ଜଣେ ଓକିଲ। ଏହା ପୂର୍ବରୁ ସେ ଜଣେ କାଉନସିଲର ଥିଲେ। ତେବେ ଚଳିତ ବର୍ଷ ଦିଲ୍ଲୀରେ ହୋଇଥିବା ବିଧାନସଭା ନିର୍ବାଚନରେ, ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଏବେ ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିଛି ବିଜେପି। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ, ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ। ବିଶେଷ କରି ରେଖା ଗୁପ୍ତାଙ୍କ ପାଖରେ କେତେ ସମ୍ପତ୍ତି ରହିଛି ତାହା ଅଧିକ ଲୋକ ଜାଣିବାକୁ ଚାହାନ୍ତି। ଆସନ୍ତୁ ଜାଣିବା...

ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ସେ ମୋଟ ୫.୩୧କୋଟିର ମାଲିକାଣୀ ଅଟନ୍ତି। ରେଖା ଗୁପ୍ତାଙ୍କ ଉପରେ ପ୍ରାୟ ୧.୨୦କୋଟି ଋଣ ରହିଛି। ତାଙ୍କର ବାର୍ଷିକ ଆୟ ଦେଖିବାକୁ ଗଲେ ୨୦୧୯-୨୦ରେ ସେ ପ୍ରାୟ ୬ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ୨୦୨୦-୨୧ରେ ୬ ଲକ୍ଷ, ୨୦୨୧-୨୨ରେ ୬.୫ ଲକ୍ଷ, ୨୦୨୨-୨୩ରେ ୫ ଲକ୍ଷ,ଓ ୨୦୨୩-୨୪ରେ ୭ ଲକ୍ଷ ଟଙ୍କା ଆୟ କରିଥିଲେ। 

ରେଖା ଗୁପ୍ତାଙ୍କ ପାଖରେ ଏକ ମାରୁତି ଏକ୍ସଏଲ୬ (୨୦୨୦ ମଡେଲ) କାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe