Netaji was the victim of a big conspiracy: Mamata Banerjee
କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ପାଳନ କରାଯାଉଛି, କିନ୍ତୁ ଆଜି ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ଭାରତୀୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି।
ଭାରତ ସରକାରଙ୍କ କହିବାନୁସାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷରୁ ସାହାଯ୍ୟ ମାଗିବାକୁ ଯାଉଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିମାନ ୧୮ ଅଗଷ୍ଟ ୧୯୪୫ରେ ତାଇୱାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ସେ ମୃତ୍ୟୁ ବରଣ କରିଥିଲେ। ତେବେ କିଛି ଲୋକ ବିଶ୍ୱାସ କରନ୍ତି ଯେ, ସେ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ।
ଆଜି ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଷଡଯନ୍ତ୍ର ଥିଓରୀ କୁହାଯାଉଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏକ ବଡ଼ ଷଡଯନ୍ତ୍ରର ଶିକାର ହୋଇଥିଲେ। ଏହା ସହିତ ଦୁଃଖ ପ୍ରକାଶ କରିଥିଲେ ଯେ, ଏତେ ବର୍ଷ ପରେ ମଧ୍ୟ ମହାନ ନେତାଙ୍କ ନିଖୋଜ ହେବାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ।
ମମତା କହିଛନ୍ତି ଯେ, ମୁଁ ଅତ୍ୟନ୍ତ ଦୁଃଖ ଅନୁଭବ କରୁଛି ଆମେ ନେତାଜୀଙ୍କ ଜନ୍ମଦିନ ଜାଣିଛୁ, କିନ୍ତୁ ଏତେ ବର୍ଷ ପରେ ମଧ୍ୟ ଆମେ ତାଙ୍କ ନିଖୋଜ ବିଷୟରେ ଅନ୍ଧକାରରେ ଅଛୁ। କେବେ ଓ କିପରି ତାଙ୍କର ମୃତ୍ୟୁ ହେଲା? ସେ ଏକ ବଡ଼ ଷଡଯନ୍ତ୍ରର ଶିକାର ହୋଇଥିଲେ। ସେ ଦେଶ ପାଇଁ ଏତେଗୁଡ଼ିଏ ଯୁଦ୍ଧ କରିଥିଲେ, କିନ୍ତୁ ସେ କେଉଁଠାରେ ହଜିଯାଇଛନ୍ତି ତାହା ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ।
ଅଧିକ ପଢ଼ନ୍ତୁ: ମିଥ୍ୟା ଏବଂ ଲୁଟ୍ ନୀତିରେ ବିଜେପି ସରକାର ଚାଲିଛି: ଅଖିଳେଶ
ପଶ୍ଚିମବଙ୍ଗର ଆଲିପୁରଦାର ଜିଲ୍ଲାର କାଲଚିନି ଠାରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ତାଙ୍କ ମୃତ୍ୟୁର ସତ୍ୟ ଜାଣି ନ ଥିବାର ଦୁଃଖ ଚିରଦିନ ପାଇଁ ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ନେତାଜୀ ସହ ଜଡିତ ୬୪ଟି ଫାଇଲ ସାର୍ବଜନୀନ କରିଛନ୍ତି।
ଅଧିକ ପଢ଼ନ୍ତୁ: ପାଠପଢ଼ା ଚାଲିଥିବା ବେଳେ ଶ୍ରେଣୀଗୃହରୁ ବାହାରି ଜୀବନ ହାରିଲା ଛାତ୍ର
Follow Us