୧୦୩ ବର୍ଷ ହେବ ନେତାଜୀଙ୍କ ଜୟନ୍ତୀରେ ମାଗଣା ତେଲଭାଜି ବାଣ୍ଟୁଛି କୋଲ୍‌କାତାସ୍ଥିତ ନେତାଜୀଙ୍କ ପ୍ରିୟ ‘ଫାଷ୍ଟ୍‍ଫୁଡ୍‌’ ଦୋକାନ

Advertisment
୧୦୩ ବର୍ଷ ହେବ ନେତାଜୀଙ୍କ ଜୟନ୍ତୀରେ ମାଗଣା ତେଲଭାଜି ବାଣ୍ଟୁଛି କୋଲ୍‌କାତାସ୍ଥିତ ନେତାଜୀଙ୍କ ପ୍ରିୟ ‘ଫାଷ୍ଟ୍‍ଫୁଡ୍‌’ ଦୋକାନ

କୋଲ୍‌କାତା: ‘ନେତାଜୀ ଦୋକାନ’ ଭାବେ ସୁପରିଚିତ ଉତ୍ତର କୋଲ୍‌କାତାରେ ଥିବା ‘ଲକ୍ଷ୍ମୀନାରାୟଣ ଶ’ ଆଣ୍ଡ୍‌ ସନ୍‌ସ୍‌’ ଜଳଖିଆ ଦୋକାନ ୧୦୩ ବର୍ଷ ହେବ ନେତାଜୀଙ୍କ ଜୟନ୍ତୀରେ ମାଗଣା ‘ତେଲଭାଜି’ ବଣ୍ଟନ କରି ଆସୁଛି।

ଉତ୍ତର କୋଲ୍‌କାତାର ସ୍କଟିସ୍‌ ଚର୍ଚ କଲେଜରେ ପଢୁୁଥିବା ବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବରାବର ଏହି ଦୋକାନକୁ ଆସୁଥିଲେ।
୧୯୧୮ ମସିହାରେ ଖେନ୍ଦୁ ଶ’ ଏହି ଦୋକାନ ଆରମ୍ଭ କରିଥିଲେ। ସେତେବେଳେ ଭାରତ ବ୍ରିଟିସ୍‌ ଶାସନାଧୀନ ଥିଲା ଏବଂ ସ୍ୱାଧୀନତା ସଂଗ୍ରାମୀମାନେ ଦେଶକୁ ସ୍ୱାଧୀନ କରିବା ଲାଗି ସଂଗ୍ରାମ ଚଳାଉଥିଲେ।

ତାଙ୍କ ଜେଜେ କେମିତି ନେତାଜୀଙ୍କୁ ଭେଟିଲେ ଓ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେଲା,ସେ କଥା ସମ୍ପ୍ରତି ‘ଲକ୍ଷ୍ମୀନାରାୟଣ ଶ’ ଆଣ୍ଡ୍‌ ସନ୍‌ସ୍‌’ର ମାଲିକ କେସ୍ତୋ କୁମାର ଗୁପ୍ତା (ଶ’) ବଖାଣନ୍ତି। ସେବେଠାରୁ ୧୦୩ ବର୍ଷ ହେବ ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀଙ୍କ ଜନ୍ମଦିବସରେ ତାଙ୍କ ଦୋକାନ ମାଗଣାରେ ‘ତେଲଭାଜି’ ଓ ‘ଭାରେର୍‌ ଚା’ (ମାଟି ପିଆଲାରେ ଚା) ଦେଇ ଆସୁଛି।

publive-image Image Courtesy of India Today

କେସ୍ତୋ କହନ୍ତି, ସ୍ୱାଧୀନତା ସଂଗ୍ରାମୀମାନେ ସଭା କରୁଥିବା ବେଳେ ସେମାନଙ୍କୁ ଜଳଖିଆ ଯୋଗାଇବା ଦାୟିତ୍ୱ ମୋ ଜେଜେଙ୍କ ଉପରେ ନ୍ୟସ୍ତ ଥିଲା। ସେ ସେମାନଙ୍କୁ ଖବରକାଗଜ ଖିଲିରେ ମୁଢ଼ି, ଗରମ ତେଲଭାଜି, କଞ୍ଚାଲଙ୍କା ଏବଂ ମାଟି କପ୍‌ରେ ଚା ଯୋଗାଉଥିଲେ। ସେ ସମୟରେ ହିଁ ମୋ ଜେଜେଙ୍କର ନେତାଜୀଙ୍କ ପ୍ରତି ଅଗାଧ ସମ୍ମାନ ଜାଗ୍ରତ ହୋଇଥିଲା।

୧୯୪୨ ମସିହା ଜାନୁଆରି ୨୩ ତାରିଖ ଦିନ ନେତାଜୀଙ୍କ ଜନ୍ମଦିନରେ ଖେନ୍ଦୁ ଶ’ ତାଙ୍କ ବନ୍ଧୁ ଓ ପଡ଼ିଶାଙ୍କୁ ତେଲଭାଜି ବଣ୍ଟନ କରିଥିଲେ। କହିଥିଲେ ସ୍ୱାଧୀନତା ସଂଗ୍ରାମୀ ନେତାଜୀଙ୍କ ଜନ୍ମଦିନ ଉପଲକ୍ଷେ ସେ ଏ ସବୁ ବାଣ୍ଟୁଛନ୍ତି। ପିଲାମାନଙ୍କୁ ଦୁଇଟି କରି ଓ ବୟସ୍କମାନଙ୍କୁ ଚାରିଟି କରି ତେଲଭାଜି ସେ ବାଣ୍ଟିଥିଲେ।

ଆଜି ସକାଳ ୮ଟାରୁ ଏହି ଦୋକାନରେ ତେଲଭାଜି ବଣ୍ଟନ ଆରମ୍ଭ ହୋଇଛି। ତେଲଭାଜିରେ ରହିଛି, ଆଳୁଚପ୍‌, ଫୁଲୁପୁରୀ, ପିଆଜି ଏବଂ ଫୁଲକୋବି ଚପ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe