Image Courtesy of India Today
ମୁମ୍ବାଇ: ଛଅ ଦିନିଆ ସରକାରୀ ଭାରତଗସ୍ତରେ ଆସି ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମୁମ୍ବାଇ ପରିଦର୍ଶନରେ ଅଛନ୍ତି। ମୁମ୍ବାଇସ୍ଥିତ ବ୍ୟବସାୟୀ ଗୋଷ୍ଠୀ ଏବଂ ଇହୁଦୀ ସମ୍ପ୍ରଦାୟଙ୍କ ସହ ବୈଠକ ପରେ ନେତାନ୍ୟାହୁ ବଲିଉଡ୍ର କଳାକାରମାନଙ୍କୁ ଭେଟିଥିଲେ।
‘ସାଲୋମ ବଲିଉଡ୍’ କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ କହିଲେ କି, ସେ ବଲିଉଡ୍କୁ ସୁଖ ପାଆନ୍ତି।
କାର୍ଯ୍ୟକ୍ରମରେ ଭାଷଣ ଦେଇ ନେତାନ୍ୟାହୁ କହିଲେ: ମୁଁ ନିଜକୁ ବଡ଼ ବୋଲି ଭାବୁଥିଲି, ପରେ ଜାଣିଲି ଅମିତାଭ ବଚ୍ଚନଙ୍କର ମୋ ଠାରୁ ୩୦ ନିୟୁତ ଅଧିକ ଅନୁଗାମୀ ଅଛନ୍ତି।
ସେ ଆହୁରି କହିଲେ, ସାରା ଦୁନିଆ ବଲିଉଡ୍କୁ ସୁଖ ପାଆନ୍ତି, ଇସ୍ରାଏଲ୍ ବଲିଉଡ୍କୁ ସୁଖ ପାଏ ଏବଂ ମୁଁ ମଧ୍ୟ ବଲିଉଡ୍କୁ ସୁଖପାଏ।
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଇସ୍ରାଏଲ୍ ବିନିଯୋଗ ବିଷୟରେ କହି ନେତାନ୍ୟାହୁ କହିଲେ ଯେ ଇସ୍ରାଏଲ୍ ବଲିଉଡ୍ରେ ୪ ନିୟୁତ ସେକେଲ୍ସ୍ (ଇସ୍ରାଏଲୀୟ ମୁଦ୍ରା) ବିନିଯୋଗ କରିସାରିଛି।
ଇସ୍ରାଏଲ୍ର ପ୍ରାଯୁକ୍ତିକ ଅଗ୍ରଗତିରୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଉପକୃତ ହୋଇ ପାରିବ ବୋଲି ନେତାନ୍ୟାହୁ ଗୁରୁତ୍ୱ ଦେଇ କହିଛନ୍ତି।
ସେ କହିଲେ: ଖାଲି ଉନ୍ନତ ପ୍ରଯୁକ୍ତିବିଦ୍ୟା ନୁହେଁ, ଆମେ ଅତ୍ୟନ୍ତ ସୃଜନଶୀଳ। ଆପଣ ‘ହୋମ୍ଲ୍ୟାଣ୍ଡ୍’ ଏବଂ ‘ପିଓଡବ୍ଲୁ’ରୁ ଦେଖି ତାହା ଜାଣି ପାରିବେ।
ଅଭିନେତା ଅମିତାଭ ବଚ୍ଚନ, ଅଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, କରଣ ଜୋହର, ସୁଭାଷ ଘାଇ, ଇମ୍ତିଆଜ୍ ଅଲି, ରୋନି ସ୍କ୍ରୁଓ୍ଵାଲା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶ୍ରୋତାମାନଙ୍କୁ ଅଭିଭାଷଣ ଦେଇ ଫଡ଼ନବିଶ ବଲିଉଡ୍କୁ ପ୍ରଶଂସା କରିବା ସହ ଏଥିରେ ଇସ୍ରାଏଲ୍ର ଭାଗୀଦାରି ଆଶା କରିଥିଲେ। ସେ କହିଥିଲେ, କେବଳ ଆଇଟି ଏବଂ ବାଣିଜ୍ୟ କ୍ଷେତ୍ରରେ ନୁହେଁ, ମନୋରଞ୍ଜନରେ ମଧ୍ୟ ଆପଣଙ୍କ ସହଯୋଗ ଚାହୁଁଛୁ।
Follow Us