ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ମୋଦୀଙ୍କୁ ଫୋନ କଲେ ନେତାନ୍ୟାହୁ, ଭାରତର ସମର୍ଥନ ଜଣାଇଲେ ମୋଦୀ

Advertisment
ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ମୋଦୀଙ୍କୁ ଫୋନ କଲେ ନେତାନ୍ୟାହୁ, ଭାରତର ସମର୍ଥନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ହମାସର ଆତଙ୍କବାଦୀ ଆକ୍ରମଣ ଓ ଇସ୍ରାଏଲର ଜବାବୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି। ଏହି ଟେଲିଫୋନ ଆଲୋଚନା ବେଳେ ମୋଦୀ ଆତଙ୍କବାଦକୁ ନିନ୍ଦା କରିବା ସହ ଇସ୍ରାଏଲ ପଛରେ ଭାରତର ସମର୍ଥନକୁ ଦୋହରାଇଛନ୍ତି ।

ମୋଦୀ ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ଏକ ଟୁଇଟ୍ କରି ମୋଦୀ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୋତେ ଫୋନ୍ କରି ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏହି କଠିନ ସମୟରେ ଭାରତବାସୀ ଇସ୍ରାଏଲ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି। ସବୁ ପ୍ରକାର ଆତଙ୍କବାଦକୁ ଭାରତ ଦୃଢ଼ ନିନ୍ଦା କରୁଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଦୀ ଇସ୍ରାଏଲ ସମ୍ପର୍କରେ ଗତ ତିନି ଦିନ ମଧ୍ୟରେ ୨ ଥର ଟୁଇଟ କରିଥିଲେ ବି ସେଥିରେ ପାଲେଷ୍ଟାଇନ ଆନ୍ଦୋଳନ ସଂପର୍କରେ ଆଦୌ ଉଲ୍ଲେଖ କରିନାହାନ୍ତି । ଏହାକୁ ଭାରତୀୟ ବୈଦେଶିକ ନୀତିରେ ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି ।

ଗତ ଶନିବାର ମଧ୍ୟ ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସର ରକେଟ୍ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଥିଲେ । ଶନିବାର ସେ ଏକ୍ସରେ ଲେଖିଥିଲେ, ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ମୁଁ ସ୍ତବ୍ଧ। ମୃତକଙ୍କ ପରିବାର ବର୍ଗଙ୍କ ସହ ଆମର ସମବେଦନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe