ହମାସ୍‌କୁ ଧ୍ବଂସ କରିବୁ; ତା’ର ସବୁ ସଦସ୍ୟ ମରିବେ: ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପ୍ରତିଜ୍ଞା

Advertisment
ହମାସ୍‌କୁ ଧ୍ବଂସ କରିବୁ; ତା’ର ସବୁ ସଦସ୍ୟ ମରିବେ: ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପ୍ରତିଜ୍ଞା

Image Courtesy of NDTV

ତେଲ୍‌ ଅଭିଭ୍‌: ପାଲେଷ୍ଟେନୀୟ ଆତଙ୍କବାଦୀ ଗୋଷ୍ଠୀର ସମସ୍ତ ସଦ୍ୟ ମରିବେ କହି ବୁଧବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ହମାସ୍‌ ସହିତ ଯୁଦ୍ଧ ଜାରି ରଖିବାକୁ ପ୍ରତିଜ୍ଞା କରିଛନ୍ତି।

ଶନିବାର ଦିନ ହମାସ୍‌ର ଅତର୍କିତ ଆକ୍ରମଣ ପରେ ତାହାକୁ ଧ୍ବଂସ କରିବା ପାଇଁ ଇସ୍ରାଏଲ୍‌ର ଉଦ୍ଦେଶ୍ୟକୁ  ଜାରି କରିଥିବା ବିବୃତିରେ ନେତାନ୍ୟାହୁ ପ୍ରଥମ ଥର ପାଇଁ ସୁସ୍ପଷ୍ଟ କରିଛନ୍ତି।

ତାଙ୍କ ଯୁଦ୍ଧ କ୍ୟାବିନେଟ୍‌ ସହିତ ମିଳିତ ଭାବେ ଦେଇଥିବା ଟେଲିଭିଜନ୍‌ରେ ପ୍ରସାରିତ ସଂକ୍ଷିପ୍ତ ବିବୃତିରେ ସେ କହିଛନ୍ତି, ହମାସ୍‌ ହେଉଛି ଆତଙ୍କବାଦୀ ସଙ୍ଗଠନ। ଆମେ ସେମାନଙ୍କୁ ଦମନ କରିବୁ। ବିଶ୍ବ ଯେମିତି ଆତଙ୍କବାଦୀଙ୍କୁ ନିପାତ କରିଛି ଆମେ ସେମାନଙ୍କୁ ସେଭଳି ଧ୍ବଂସ କରିଦେବୁ।

ପ୍ରତିରକ୍ଷା ମନ୍ତ୍ରୀ ‌ୟୋଆଭଝ ଗାଲାଣ୍ଟ୍‌ କହିଛନ୍ତି, ଆମେ ସମଗ୍ର ବିଶ୍ବରୁ ହମାସ୍‌କୁ ନିଶ୍ଚିହ୍ନ କରିଦେବୁ।

publive-image Benjamin Netanyahu and Benny Gantz: Image Courtesy of BBC

ସେହିପରି, ବିରୋଧୀ ନେତା ବେନି ଜାଣ୍ଟ୍‌ ମଧ୍ୟ କହିଛନ୍ତି, ଯୁଦ୍ଧ ସମୟ ଉପସ୍ଥିତ। ସୂଚନାଯୋଗ୍ୟ, ଏଭଳି ସମୟରେ ତିକ୍ତ ରାଜନୈତିକ ପ୍ରତିଦ୍ବନ୍ଦ୍ବିତାକୁ ଏଡ଼ାଇବା ଲାଗି ବୁଧବାର ଦିନ ନେତାନ୍ୟାହୁ ଓ ଜାଣ୍ଟ୍‌ ରାଜି ହୋଇଥିଲେ। ଇସ୍ରାଏଲ୍‌ର ନାଗରିକମାନଙ୍କୁ କହିଲେ, ଏବେ ଆମେ ଏକଜୁଟ ହୋଇ ଯାଇଛୁ। ମିଳିତ ସରକାର ସମଗ୍ର ବିଶ୍ବରୁ ହମାସ୍‌କୁ ନିଶ୍ଚିହ୍ନ କରିବାକୁ ପ୍ରସ୍ତୁତ।

ସୂଚନାଯୋଗ୍ୟ, ଇସ୍ରାଏଲ୍‌ରେ ଏବେ ସବୁ ରାଜନୈତିକ ଦଳ ଏକଜୁଟ ହୋଇ ମିଳିତ ସରକାର ଗଠନ କରିଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ଇସ୍ରାଏଲ୍‌ରେ ହମାସ୍‌ ଆକ୍ରମଣ ଯୋଗୁଁ ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଗାଜା ଉପରେ ଇସ୍ରାଏଲ୍‌ର ବିମାନ ଆକ୍ରମଣ ଯୋଗୁଁ ୧୧୦୦ ଜନତା ନିହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe