ମୁକ୍ତ ପଣବନ୍ଦୀଙ୍କୁ ନେତାନ୍ୟାହୁଙ୍କ ବାର୍ତ୍ତା ୱେଲକମ୍‌ ବ୍ୟାକ୍‌

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରା ଆଜି ହମାସ କବଳରୁ ମୁକ୍ତ ହୋଇଥିବା ପଣବନ୍ଦୀଙ୍କୁ ଏକ ବ୍ୟକ୍ତିଗତ ବାର୍ତ୍ତା ଦେଇ ସ୍ବାଗତ କରିଛନ୍ତି। ନେତାନ୍ୟାହୁ...

Untitled-3

ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରା ଆଜି ହମାସ କବଳରୁ ମୁକ୍ତ ହୋଇଥିବା ପଣବନ୍ଦୀଙ୍କୁ ଏକ ବ୍ୟକ୍ତିଗତ ବାର୍ତ୍ତା ଦେଇ ସ୍ବାଗତ କରିଛନ୍ତି। ନେତାନ୍ୟାହୁ ଏବଂ ସାରା ଏକ ହାତଲେଖା କାଗଜରେ ପଣବନ୍ଦୀଙ୍କ ପାଇଁ ‘ସମଗ୍ର ଇସ୍ରାଏଲ ନାଗରିକଙ୍କ ପକ୍ଷରୁ ଆପଣମାନଙ୍କୁ ସ୍ବାଗତ। ଆମେ ଆପଣମାନଙ୍କୁ ‌ଅପେକ୍ଷା କରିଥିଲୁ। ଆମେ ଆପଣମାନଙ୍କୁ ଆଲିଙ୍ଗନ କରୁଛୁ। ସାରା ଏବଂ ବେଞ୍ଜାମିନ ନେତାନ୍ୟାହୁ’।  ନେତାନ୍ୟାହୁଙ୍କ ଅଫିସ୍‌ ପକ୍ଷରୁ ଏହି ନୋଟ୍‌କୁ ଏକ୍ସରେ ସେୟାର କରାଯାଇଛି। ହମାସ କବଳରୁ ମୁକ୍ତ ହୋଇଥିବା ପଣବନ୍ଦୀଙ୍କୁ ଆଜି ଏକ ୱେଲକମ୍‌ କିଟ୍‌ ପ୍ରଦାନ କରାଯାଇଛି। ଏଥିରେ ପୋଷାକ , ଲ୍ୟାପଟପ୍‌, ମୋବାଇଲ ଫୋନ୍‌ ଏବଂ ଏକ ଟାବଲେଟ୍‌ ରହିଛି। ଏହି ୱେଲକମ୍‌ କିଟ୍‌ରେ ନେତାନ୍ୟାହୁ ଏବଂ ପତ୍ନୀ ସାରାଙ୍କ ତରଫରୁ ଦିଆଯାଇଥିବା ହାତଲେଖା ଚିଠି ରହିଛି। 

ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଅକ୍ଟୋବର ୭ ତାରିଖ‌ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା‌  ହମାସ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲା ଏବଂ ୨୫୦ରୁ ଅଧିକଙ୍କୁ ପଣବନ୍ଦୀ ରଖିଥିଲା। ଇସ୍ରାଏଲ ସହ ଯୁଦ୍ଧବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ହମାସ ୨୦ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିଛି।

ମୁକ୍ତ ହୋଇଥିବା ୨୦ ପଣବନ୍ଦୀ

ହମାସ୍ ଦ୍ବାରା ମୁକ୍ତ ହୋଇଥିବା ପଣବନ୍ଦୀମାନେ ହେଉଛନ୍ତି ଏରିଏଲ କୁନି‌ଓ (୨୮), ଡେଭିଡ କୁନିଓ (୩୫), ଗଲି ବର୍ମନ (୨୮), ଜୀବ ବର୍ମନ (୨୮), ମତାନ ଅଙ୍ଗରେଷ୍ଟ (୨୫), ମତାନ ଜଙ୍ଗଉକେର (୨୫), ଏତାନ ହର୍ନ (୩୮), ନିମ‌ରୋଦ କୋହେନ (୨୧), ଓମରି ମିରାନ (୪୮), ଗାୟ ଗିଲବୋଆ ଦଲାଲ (୩୪), ଏଲନ ଓହେଲ (୨୪), ୟୋସେଫ ଚୈମ ଓହାନା (୨୫), ଏଲକାନା ବୋହବତ (୨୬), ଅଭିନତନ ଓର୍‌ (୩୨), ଇତାନ ମୋର (୨୫), ମାକ୍ସିମ ହେରକିନ (୩୭), ବାର୍‌ କୁପେଷ୍ଟାଇନ (୨୩), ସେଗେବ କାଲଫନ (୨୭), ଏଭ୍ୟାଟର ଡେଭିଡ (୨୪),  ରୋମ ବ୍ରାସଲାବସ୍କି (୨୧)।

Untitled-2

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe