ନଇଁଲା ନେଟଫ୍ଲିକ୍ସ, ‘ଦି କନ୍ଦାହାର ହାଇଜ୍ୟାକ’ ଓ୍ବେବ ସିରିଜରେ ହେବ ପରିବର୍ତ୍ତନ

ନେଟ୍ ଫ୍ଲିକ୍ସ ଇଣ୍ଡିଆ କହିଛି ଯେ ଆତଙ୍କବାଦୀଙ୍କ କୋଡ୍ ନେମ୍କୁ ନେଇ ହଙ୍ଗାମା ଯୋଗୁଁ ଏବେ ସିରିଜ୍ ଆରମ୍ଭରେ ଏକ ଡିସକ୍ଲେମର ବା ଘୋଷଣାନାମା ଦିଆଯିବ। ସେଥିରେ ଆତଙ୍କବାଦୀଙ୍କ ପ୍ରକୃତନାମ ଓ କୋଡନେମ ଦିଆଯିବ ।

netflix

ନୂଆଦିଲ୍ଲୀ: ନିକଟରେ ନେଟଫ୍ଲିକ୍ସର ଧାରାବାହିକ 'ଆଇସି ୮୧୪: ଦ କାନ୍ଦାହାର ହାଇଜାକ୍' ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବା ପରଠାରୁ ବଡ଼ ବିବାଦ ସୃଷ୍ଟି କରିଛି। ଏବେ ସବୁଆଡ଼ୁ ଚାପ ପରେ ନଇଁଛି ନେଟପ୍ଲିକ୍ସ ।

ବିଜୟ ବର୍ମା, ନସିରୁଦ୍ଦିନ ଶାହା, ପଙ୍କଜ ତ୍ରିପାଠୀ, ଦିୟା ମିର୍ଜା, ଅରବିନ୍ଦ ସ୍ୱାମୀ ଏବଂ ପତ୍ରଲେଖାଙ୍କ ଅଭିନୀତ ଏହି ୱେବ୍ ସିରିଜ୍ ର ନିର୍ମାତାମାନେ ଏହି ଧାରାବାହିକରେ ଆତଙ୍କବାଦୀଙ୍କ ନାମ ଓ ତଥ୍ୟରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି। ନିର୍ମାତାମାନେ ଏହି ଧାରାବାହିକରେ ଆତଙ୍କବାଦୀଙ୍କ ମାନବୀୟ ଦିଗକୁ ବି ଦେଖାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଅଗଷ୍ଟ ୨୯ ରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ହୋଇଥିବା ଏହି ସିରିଜରେ ଆତଙ୍କବାଦୀଙ୍କ ନାଁ ଭୋଲା ଏବଂ ଶଙ୍କରଙ୍କ ନାମକୁ ନେଇ ବିବାଦ ସୃଷ୍ଟି ହୋଇଛି । 

ନେଟ୍ ଫ୍ଲିକ୍ସ ଇଣ୍ଡିଆ କହିଛି ଯେ ଆତଙ୍କବାଦୀଙ୍କ କୋଡ୍ ନେମ୍କୁ ନେଇ ହଙ୍ଗାମା ଯୋଗୁଁ ଏବେ ସିରିଜ୍ ଆରମ୍ଭରେ ଏକ ଡିସକ୍ଲେମର ବା ଘୋଷଣାନାମା ଦିଆଯିବ। ସେଥିରେ ଆତଙ୍କବାଦୀଙ୍କ ପ୍ରକୃତନାମ ଓ କୋଡନେମ ଦିଆଯିବ ।

ନେଟ୍ ଫ୍ଲିକ୍ସ ଇଣ୍ଡିଆ କହିଛି ଯେ ଆତଙ୍କବାଦୀଙ୍କ କୋଡ୍ ନେମ୍କୁ ନେଇ ହଙ୍ଗାମା ଯୋଗୁଁ ଏବେ ସିରିଜ୍ ଆରମ୍ଭରେ ଏକ ଡିସକ୍ଲେମର ବା ଘୋଷଣାନାମା ଦିଆଯିବ। ସେଥିରେ ଆତଙ୍କବାଦୀଙ୍କ ପ୍ରକୃତନାମ ଓ କୋଡନେମ ଦିଆଯିବ । ଏହା ସହିତ ସଂପୂର୍ଣ୍ଣ କଣ୍ଟେଣ୍ଟର ସମୀକ୍ଷା କରାଯିବ ଓ ଲୋକଙ୍କ ଭାବାବେଗକୁ ଗୁରୁତ୍ବ ଦିଆଯିବ ।

ନେଟଫ୍ଲିକ୍ସ ଇଣ୍ଡିଆର କଣ୍ଟେଣ୍ଟ ଉପାଧ୍ୟକ୍ଷ ମୋନିକା ଶେରଗିଲ କହିଛନ୍ତି, ୧୯୯୯ରେ ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୮୧୪ ଅପହରଣ ଘଟଣାକୁ ନେଇ ଅପରିଚିତ ଦର୍ଶକଙ୍କ ପାଇଁ ଏହି ସିରିଜ୍ କୁ ଅପଡେଟ୍ କରାଯାଇ ଅପହରଣକାରୀଙ୍କ ପ୍ରକୃତ ଓ କୋଡ୍ ନାମକୁ ଓପନିଂ ଡିସକ୍ଲେମରରେ ସାମିଲ କରାଯାଇଛି।"

ଭାରତରେ କାହାଣୀ କହିବାର ଏକ ସମୃଦ୍ଧ ସଂସ୍କୃତି ଅଛି - ଏବଂ ଆମେ ଏହି କାହାଣୀ ଏବଂ ସେମାନଙ୍କର ପ୍ରାମାଣିକ ପ୍ରତିନିଧିତ୍ୱ ପ୍ରଦର୍ଶନ କରିବାକୁ ପ୍ରତିଶ୍ରୁତିବଦ୍ଧ । ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁଙ୍କୁ ଦିଲ୍ଲୀରେ ଭେଟିବା ପରେ ସେର୍ଗିଲ୍ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe