ଅଲିମ୍ପିକ୍ସ : ପୁରୁଷ ହକି ଫାଇନାଲରେ ନେଦରଲାଣ୍ଡସ୍, ସ୍ପେନକୁ ୪-୦ରେ ହରାଇଲା

ଅଲିମ୍ପିକ୍ସ : ପୁରୁଷ ହକି ଫାଇନାଲରେ ନେଦରଲାଣ୍ଡସ୍, ସ୍ପେନକୁ ୪-୦ରେ ହରାଇଲା

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ହକି ଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡସ୍ । ପ୍ରଥମ ସେମିଫାଇନାଲ ମ୍ୟାଚରେ ଏହି ଦଳ ସ୍ପେନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ନେଦରଲ୍ୟାଣ୍ଡସ୍ ମୋଟ ୪ଟି ଗୋଲ୍ ସ୍କୋର କରିଥିଲା। ଅନ୍ୟପକ୍ଷରେ ସ୍ପେନ୍ ଗୋଟିଏ ବି ଗୋଲ୍ ଦେଇପାରିନଥିଲା। ଫାଇନାଲରେ ନେଦରଲ୍ୟାଣ୍ଡସ ଏବେ ଜର୍ମାନୀ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ। ଦ୍ବିତୀୟ ସେମିଫାଇନାଲ ଆଜି ରାଜି ସାଢେ ୧୦ଟାବେଳେ ଖେଳାଯିବ ।

ନେଦରଲ୍ୟାଣ୍ଡପକ୍ଷରୁ ଜିପ୍ ଜାନସେନ୍ ପ୍ରଥମ ଗୋଲ୍ ଦେଇଥିଲେ। ପେନାଲ୍ଟି କର୍ଣ୍ଣର ସାହାଯ୍ୟରେ ଜାନସେନ୍ ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଥମ ରାଉଣ୍ଡ ପର୍ଯ୍ୟନ୍ତ ନେଦରଲାଣ୍ଡସ ମାତ୍ର ଗୋଟିଏ ଗୋଲ ସ୍କୋର କରିପାରିଥିଲା। ଦ୍ବିତୀୟ ରାଉଣ୍ଡରେ ନେଦରଲ୍ୟାଣ୍ଡପକ୍ଷରୁ ଥିଏରି ବ୍ରିଙ୍କମ୍ୟାନ୍ ଦ୍ବିତୀୟ ଗୋଲ୍ ଦେଇଥିଲେ। ସେଠାରୁ ସ୍ପେନର ମନୋବଳ ଭାଙ୍ଗି ଯାଇଥିବା ଜଣାପଡିଛି । ନେଦରଲ୍ୟାଣ୍ଡପକ୍ଷରୁ ଥିଜ୍ ଭାନ୍ ଡାମ୍ମେ ତୃତୀୟ ଗୋଲ୍ ଦେଇଥିଲେ। ଶେଷ ୧୫ ମିନିଟରେ ନେଦରଲାଣ୍ଡ ଆଉ ଏକ ଗୋଲ ସ୍କୋର କରିଥିଲା। ଦଳ ପକ୍ଷରୁ ଡ୍ୟୁକ୍ ଟେଲଗେନକ୍ୟାମ୍ପ ଚତୁର୍ଥ ଗୋଲ୍ ଦେଇଥିଲେ। ଫଳରେ ନେଦରଲାଣ୍ଡ୪-୦ଗୋଲରେ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe