ଏତେ କୋଟିର ମାଲିକ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପ୍ରବେଶ ବର୍ମା

ଅନ୍ୟପକ୍ଷରେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ତାଙ୍କୁ ପରାସ୍ତ କରିଛନ୍ତି।

tpapap

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ତାଙ୍କୁ ପରାସ୍ତ କରିଛନ୍ତି। ଦଶମ ରାଉଣ୍ଡ ପର୍ଯ୍ୟନ୍ତ ଅରବିନ୍ଦ କେଜରିୱାଲଙ୍କୁ ମୋଟ ୨୦୧୯୦ ଭୋଟ ମିଳିଥିଲା। ଏହା ସହ ପ୍ରବେଶ ବର୍ମାଙ୍କୁ ୨୨୦୩୪ ଭୋଟ ମିଳିଥିଲା।

ପ୍ରବେଶଙ୍କ ବିଜୟ ପରେ ଏବେ ତାଙ୍କ ଇତିହାସ ଓ ତାଙ୍କ ସମ୍ପତ୍ତି ବିବରଣୀ ସାମ୍ନାକୁ ଆସିଛି। ପ୍ରବେଶ ବର୍ମା ଜଣେ ପ୍ରମୁଖ ନେତା ଏବଂ ସେ ଦୁଇଥର ସାଂସଦ ପଦ ସମ୍ଭାଳିଛନ୍ତି। ସେ ରାଜନେତା ପରିବାରରୁ ଆସିଛନ୍ତି। ତାଙ୍କ ପିତା ସାହିବ ସିଂହ ବର୍ମା ପୂର୍ବତନ ବିଜେପି ନେତା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଦାଦା ଆଜାଦ ସିଂହ ଉତ୍ତର ଦିଲ୍ଲୀ ମୁନିସିପାଲ କର୍ପୋରେସନର ମେୟର ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୧୩ ନିର୍ବାଚନରେ ​​ବିଜେପି ଟିକେଟରେ ମୁଣ୍ଡକା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପ୍ରବେଶ ବର୍ମା ୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ଆରକେ ପୁରମର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ କିରୋରି ମଲ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ନାମାଙ୍କନ ଦାଖଲ କରିବା ସମୟରେ ପ୍ରବେଶ ବର୍ମା ଦେଇଥିବା ବିବରଣୀ ଅନୁଯାୟୀ, ସେ ପ୍ରାୟ ୮୯ କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କ ପତ୍ନୀ ସ୍ୱାତୀ ସିଂହ ୨୪.୪ କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ଏହି ଦମ୍ପତିଙ୍କ ପ‌ାଖରେ ମୋଟ ୧୧୩ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାଇଛନ୍ତି। 

ବର୍ମାଙ୍କ ହାତରେ ୨.୨ ଲକ୍ଷ ଟଙ୍କା ଥିବା ବେଳେ ପତ୍ନୀ ସ୍ୱାତୀଙ୍କ ହାତରେ ୫୦ହଜାର ଟଙ୍କା ଥିବା ଜଣାଇଥିଲେ ବିଜେପି ନେତା। ପ୍ରବେଶ ବର୍ମାଙ୍କ ବିଳାସପୂର୍ଣ୍ଣ କାର୍ କଥା କହିବାକୁ ଗଲେ ତାଙ୍କ ପାଖରେ ଟୟୋଟା ଫର୍ଚୁନର, ଟୟୋଟା ଇନୋଭା ଏବଂ ୧୧.୮ ଲକ୍ଷ ମୂଲ୍ୟର ଏକ ଏକ୍ସୟୁଭି ରହିଛି। ଏହା ସହ ତାଙ୍କ ପାଖରେ ୨୦୦ଗ୍ରାମ ସୁନା ମଧ୍ୟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe