ବିଚାରପତିଙ୍କ ପାଇଁ ପଞ୍ଚ ତାରକା ହୋଟେଲରେ ୧୦୦ଟି ଶଯ୍ୟା ଖାଲି ରଖିବାକୁ ଆମେ କହିନାହୁଁ: ଦିଲ୍ଲୀ ହାଇକୋର୍ଟ

Advertisment
ବିଚାରପତିଙ୍କ ପାଇଁ ପଞ୍ଚ ତାରକା ହୋଟେଲରେ ୧୦୦ଟି ଶଯ୍ୟା ଖାଲି ରଖିବାକୁ ଆମେ କହିନାହୁଁ: ଦିଲ୍ଲୀ ହାଇକୋର୍ଟ

ndtv

ନୂଆଦିଲ୍ଲୀ: ବିଚାରପତିଙ୍କ ପାଇଁ ପଞ୍ଚ ତାରକା ହୋଟେଲରେ ୧୦୦ଟି ଶଯ୍ୟା ଖାଲି ରଖିବାକୁ ଦିଲ୍ଲୀ ହାଇକୋର୍ଟ କହିଥିବା ନେଇ ବିବାଦ ଆରମ୍ଭ ହେବା ପରେ ଆଜି ଏନେଇ ସ୍ପଷ୍ଟିକରଣ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ପଞ୍ଚ ତାରକା ହୋଟେଲରେ କୋଭିଡ ସୁବିଧା ମାଗି ନାହୁଁ ଓ ଅଶୋକା ହୋଟେଲରେ ୧୦୦ଟି କୋଠରୀକୁ କେବଳ ବିଚାରପତି ଏବଂ ସେମାନଙ୍କ ପରିବାର ପାଇଁ ନ୍ୟସ୍ତ କରିବାକୁ କହିନାହୁଁ ବୋଲି ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛି।

Never Asked For 100-Bed Facility At Five-Star Hotel For Judges, Says Delhi High Court | India.com India.com

ଦିଲ୍ଲୀ ହାଇକୋର୍ଟ ପକ୍ଷରୁ କୁହାଯାଇଛି ଯେ, ଆମେ କେତେବେଳେ ପଞ୍ଚ ତାରକା ହୋଟେଲରେ ୧୦୦ଶଯ୍ୟା ବିଶିଷ୍ଟ ସୁବିଧା ମାଗିଲୁ? ଆମେ କେବଳ କହିଥିଲୁ ଯଦି ଜଣେ ନ୍ୟାୟିକ ଅଧିକାରୀ କିମ୍ବା ବିଚାରପତି କିମ୍ବା ସେମାନଙ୍କ ପରିବାର ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଉଚିତ୍। ସେମାନଙ୍କୁ ଶଯ୍ୟା ମିଳିବା ଉଚିତ। କାରଣ ଆମେ ଦୁଇ ଜଣ ନ୍ୟାୟିକ ଅଧିକାରୀଙ୍କୁ ହରାଇ ସାରିଛୁ। ଆପଣ କାହିଁକି ଏହି ବିବାଦ ସୃଷ୍ଟି କଲେ? ଭୁଲ ଧାରଣା ସୃଷ୍ଟି ହୋଇଛି ଯେ ଆମେ ଦିଲ୍ଲୀ ସରକାରଙ୍କୁ ଏହି ସ୍ୱତନ୍ତ୍ର ସୁବିଧା ମାଗିଛୁ କିମ୍ବା ଦିଲ୍ଲୀ ସରକାର ଆମକୁ ଖୁସି କରିବା ପାଇଁ ଏହା କରିଛନ୍ତି। କିନ୍ତୁ ସେଭଳି କିଛି କରିବାକୁ ଆମେ କହିନାହୁଁ। ପ୍ରଚାର ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe