ମାଫିଆଙ୍କ ହତ୍ୟା ଧମକ ପାଇ ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିବାରକୁ ଭେଟି ଲଜ୍ଜିତ ଥିବା କହିଲେ ଆସାମ ମୁଖ୍ୟମନ୍ତ୍ରୀ

Advertisment
ମାଫିଆଙ୍କ ହତ୍ୟା ଧମକ ପାଇ ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିବାରକୁ ଭେଟି ଲଜ୍ଜିତ ଥିବା କହିଲେ ଆସାମ ମୁଖ୍ୟମନ୍ତ୍ରୀ

indiatoday

ନୂଆଦିଲ୍ଲୀ: ମାଫିଆଙ୍କ ପକ୍ଷରୁ ବାରମ୍ବାର ମିଳୁଥିବା ହତ୍ୟା ଧମକକୁ ଡରି ଆତ୍ମହତ୍ୟା କରିଥିଲେ ଆସାମର ଜଣେ ଯୁବକ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଦିନ ଡିବ୍ରୁଗଡରେ ରହୁଥିବା ସେହି ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଥିଲେ। ଆତ୍ମହତ୍ୟା ପଛରେ ଥିବା କାରଣ ଜାଣିବ‌ା ପରେ ସେ ସ୍ଥାନୀୟ ପ୍ରଶାସନର ବିଫଳତା ପାଇଁ କ୍ଷମା ମାଗିବା ସହ ଲଜ୍ଜିତ ଥିବା କହିଥିଲେ ହିମନ୍ତ ବିଶ୍ୱ ଶର୍ମା।

ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏଭଳି ଘଟିଥିବାରୁ ମୁଁ ଲଜ୍ଜିତ। ମୋ ଜୀବନରେ ଏହାଠାରୁ ଅଧିକ ଲଜ୍ଜିତ ମୁଁ ହୋଇପାରିବି ନାହିଁ।  ଏହି ଘଟଣା ମୋତେ ବହୁତ ଆଘାତ ଦେଇଛି। ମୁଁ ପୀଡ଼ିତଙ୍କ ପିତାମାତା ଏବଂ ରାଜ୍ୟବାସୀଙ୍କୁ କ୍ଷମା ମାଗୁଛି। ସ୍ଥିତିକୁ ସମ୍ଭାଳିବାରେ ଡିବ୍ରୁଗଡ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଜନସାଧାରଣଙ୍କ ସହ ଭଲ ବ୍ୟବହାର କରିବା ସହ ତାଙ୍କର ଅଭିଯୋଗ ଶୁଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବା ପାାଇଁ କୁହାଯାଇଥିଲେ ବି ଏମାମଲାରେ ଏଭଳି ହୋଇପାରିନାହିଁ।

ଉଲ୍ଲେଖଯୋଗ୍ୟ, ମରିବା ପୂର୍ବରୁ ବୀନିତ ବାଗରିଆ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ରେକର୍ଡ କରି କହିଥିଲେ ଯେ ତାଙ୍କୁ ୩ଜଣ ହତ୍ୟା ଧମକ ଦେଉଥିଲେ। ବୀନିତ ଯାହାକୁ ଦୋକାନ ଭଡ଼ାରେ ଦେଇଥିଲେ ସେ ମଧ୍ୟ ୩ଜଣଙ୍କ ମଧ୍ୟରେ ସାମିଲ ଥିଲେ। ବାଗରିଆଙ୍କ ପରିବାର ଏହି ଧମକ ବିଷୟରେ ଡିବ୍ରୁଗଡ ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁୁଷ୍ଠାନ ନିଆଯାଇନଥିଲା। ଏହାଫଳରେ ଅନ୍ୟ କିଛି ବାଟ ନପାଇ ସେ ଆତତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ଧମକ ଦେଇଥିବା ୩ଜଣକ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe