ପ୍ରେମିକା ପାଇଁ ପାକିସ୍ତାନରେ ୬ବର୍ଷ ଜେଲଦଣ୍ଡ କାଟି ଭାରତ ଫେରିବା ପରେ ଅନସାରୀ କହିଲେ, ଫେସ୍‌ବୁକ୍‌ରେ କେବେ କାହାକୁ ଭଲ ପାଇବ ନାହିଁ

Advertisment
ପ୍ରେମିକା ପାଇଁ ପାକିସ୍ତାନରେ ୬ବର୍ଷ ଜେଲଦଣ୍ଡ କାଟି ଭାରତ ଫେରିବା ପରେ ଅନସାରୀ କହିଲେ, ଫେସ୍‌ବୁକ୍‌ରେ କେବେ କାହାକୁ ଭଲ ପାଇବ ନାହିଁ

ଓ୍ଵାଘା: ଗୁପ୍ତଚରବୃତ୍ତି ଅଭିଯୋଗରେ ପାକିସ୍ତାନରେ ୬ବର୍ଷ ଜେଲଦଣ୍ଡ ଭୋଗିବା ପରେ ହମିଦ୍‌ ନିହାଲ ଅନସାରୀଙ୍କୁ ମଙ୍ଗଳବାର ଅଟ୍ଟାରି-ଓ୍ଵାଘା ସୀମାନ୍ତରେ ପାକିସ୍ତାନୀ କର୍ତ୍ତୃପକ୍ଷ ମୁକ୍ତ କରିଛନ୍ତି। ହମିଦ୍‌ ନିଜ ଘର ମୁମ୍ବାଇ ପହଞ୍ଚି ସାରିଛନ୍ତି। ଭାରତ ପହଞ୍ଚିବା ପରେ ହମିଦ୍‌ ଅନସାରୀ କହିଛନ୍ତି, ସେ ତାଙ୍କ ଭୁଲ ହେତୁ ବଡ଼ ପଶ୍ଚତାପ ବି କରିଛନ୍ତି।

publive-image

ଗୁୁରୁବାର ଅର୍ଥାତ୍‌ ଡିସେମ୍ବର ୨୦ ପ୍ରତ୍ୟୁଷରେ ମୁମ୍ବାଇର ବର୍ସେବା ସ୍ଥିତ କୋଠରେ ପହଞ୍ଚିବା ପରେ ହମିଦ୍‌ ଗଣମାଧ୍ୟମକୁ ସାକ୍ଷାତ କରି ଦଇ କହଛନ୍ତି, ଜୀବନରେ ଗୋଟିଏ ବଡ଼ ଭୁଲ କରି ତିନିଟି ଶିକ୍ଷା ପାଇଛି। ପ୍ରଥମତଃ କେବେ ବି କୌଣସି ଯୁବତୀଙ୍କୁ ଫେସ୍‌ବୁକରେ ଭଲ ପାଇବ ନାହିଁ। ଦ୍ୱିତୀୟ, ପିତା-ମାତାଙ୍କୁ କେବେ ବି କୌଣସି କଥା ଲୁଚାଇବ ନାହିଁ। କାରଣ ଅସୁବିଧାର ପରିସ୍ଥିତି ସମୟରେ କେବଳ ପରିବାର ଲୋକ ହିଁ ଆପଣଙ୍କ ସାହାଯ୍ୟ କରି ଥାଆନ୍ତି। ଏବଂ ତୃତୀୟ ଟି ହେଉଛି, କୌଣସି ସ୍ଥାନରେ ପହଞ୍ଚିବା ପାଇଁ ବେଆଇନ୍‌ ରାସ୍ତା କେବେ ବି ବାଛିବେ ନାହିଁ। ଭାରତ ମାଟିରେ ପହଞ୍ଚିବା ପରେ ହମିଦ୍‌ ଶାନ୍ତିର ନିଶ୍ୱାସ ନେଇଛନ୍ତି।

ସୂଚନା ଅନୁସାରେ, ମୁମ୍ବାଇର ଏକ ମ୍ୟାନେଜମେଣ୍ଟ କଲେଜର ଅଧ୍ୟାପନା କରୁଥିବା ହମିଦ୍‌ ଅନସାରି ସୋସିଆଲ ମିଡିଆ ଜରିଆରେ ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କୁ ଭେଟିବା ଲାଗି ସେ ୨୦୧୨ ମସିହା ନଭେମ୍ବରରେ କାହାକୁ କିଛି ନଜଣାଇ ପାକିସ୍ତାନ ଯାଇଥିଲେ। ପାକିସ୍ତାନରେ ସେ ଧରାପଡ଼ିଥିଲେ ଓ ପାଖରେ ଭିସା ନ ଥିବାରୁ ପୁଲିସ ତାଙ୍କୁ ଗୁପ୍ତଚରବୃତ୍ତି ସନ୍ଦେହରେ ଗିରଫ କରି ନେଇଥିଲା। ହମିଦ୍‌ଙ୍କ ନିକଟରୁ ଏକ ଜାଲ ପାକିସ୍ତାନୀ ପରିଚୟ ପତ୍ର ମିଳିଥିଲା। ଏହାପରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଜେଲ ଦଣ୍ଡ ହୋଇଯାଇଥିଲା।

publive-image

ଅନ୍‌ସାରୀ ନିଖୋଜ ହେବା ପରେ ତାଙ୍କ ମା’ ଦିଲ୍ଲୀ ହାଇକୋର୍ଟରେ ଏକ ହେବିୟସ-କର୍ପସ ମାମଲା ରୁଜୁ କରି ନିଜ ପୁଅର ଅବସ୍ଥିତ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏହାପରେ କୋର୍ଟ ଅନ୍‌ସାରି ପାକିସ୍ତାନରେ ବନ୍ଦୀ ଜୀବନ ବିତାଇଛନ୍ତି ବୋଲି ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ପୁଅ ଅନ୍‌ସାରି ପାକିସ୍ତାନରୁ ଫେରି ଆସିବାକୁ ‘ମାନବିକତାର ବିଜୟ’ ବୋଲି କହିଛନ୍ତି ଫଉଜିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe