ଲଡୁ ବିବାଦରେ ମୁହଁ ଖୋଲିଲା ଅମୁଲ: ତିରୁପତି ମନ୍ଦିରକୁ ଆମେ କେ‌ବେ ବି ଘିଅ ଦେଇନୁ

Advertisment

ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ ଯୋଗାଇନାହିଁ।

Updated On

ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ ଯୋଗାଇନାହିଁ।

ଅଦ୍ୟତନ ହୋଇଛି
tirupati

ନୂଆଦିଲ୍ଲୀ: ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ ଯୋଗାଇନାହିଁ।

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ପରେ ଆମୁଲ ଏବେ ଏକ୍ସରେ ଏକ ବିବୃତି ପୋଷ୍ଟ କରି କହିଛି ଯେ ଅମୁଲ ଘିଅ କେବେ ବି ଟିଟିଡିକୁ ଯୋଗାଇ ଦିଆଯାଇନାହିଁ।

"କିଛି ସୋସିଆଲ ମିଡିଆ ପୋଷ୍ଟର ଦର୍ଶାଯାଉଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ ଅମୁଲ ଘିଅ ଯୋଗାଯାଉଛି। ମାତ୍ର ଆମେ ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛୁ ଆମୁଲ ଘିଅ ଆମ ଅତ୍ୟାଧୁନିକ ଉତ୍ପାଦନ ସୁବିଧାରୁ ନିର୍ମିତ, ଯାହାକି ଆଇଏସ୍‌ଓ ଅନୁମୋଦିତ। ଅମୁଲ ଉଚ୍ଚ ସ୍ତରୀୟ କ୍ଷୀରରୁ ତିଆରି ହୋଇଥାଏ’’ ବୋଲି ଅମୁଲ ଲେଖିଛି। 

ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଲାଗୁଥିବା ଲଡୁରେ ପଶୁ ମାଂସ ବ୍ୟବହୃତ ହେଉଛି ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି।

ତିରୁପତି ଲଡୁ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ ଟିଡିପି ଧାର୍ମିକ ପ୍ରସଙ୍ଗକୁ ନେଇ ରାଜନୀତ କରୁଛି।

ଅପ୍ୟପକ୍ଷରେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଦିନ ମୁଖ୍ୟମଦନ୍ତ୍ରୀ ଚନ୍ଦ୍ରବାକୁ ନାଇଡୁଙ୍କ ସହ କଥା ହୋଇ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe