ଲଞ୍ଚ୍‌ ହେଲା ନୂଆ ଏମ୍‌ଆଧାର ଆପ୍‌: ଓଡ଼ିଆ ଭାଷାର ବ୍ୟବହାର ସହ ଏଥିରେ ଉପଲବ୍ଧ ଅଛି ଆହୁରି ଅନେକ ସୁବିଧା; ଆପ୍‌ ଜରିଆରେ ଘରେ ବସି ପାଇ ପାରିବେ ନୂଆ ଆଧାର କପି... 

Advertisment
ଲଞ୍ଚ୍‌ ହେଲା ନୂଆ ଏମ୍‌ଆଧାର ଆପ୍‌: ଓଡ଼ିଆ ଭାଷାର ବ୍ୟବହାର ସହ ଏଥିରେ ଉପଲବ୍ଧ ଅଛି ଆହୁରି ଅନେକ ସୁବିଧା; ଆପ୍‌ ଜରିଆରେ ଘରେ ବସି ପାଇ ପାରିବେ ନୂଆ ଆଧାର କପି... 

OutLookIndia

ନୂଆଦିଲ୍ଲୀ: ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ନୂଆ ଏମ୍‌ଆଧାର ଆପ୍‌କୁ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ କରାଯାଇଛି। ଏହି ନୂତନ ଏମ୍‌ଆଧାର ଆପ୍‌ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ସ୍ମାର୍ଟଫୋନ୍‌ରେ କାର୍ଯ୍ୟକ୍ଷମ ହୋଇ ପାରିବ। ଏହି ଆପ୍‌ ବ୍ୟବହାର କରି ଆପଣ ଆଧାର ନମ୍ବର ସଂପର୍କିତ ଅନେକ କାର୍ଯ୍ୟ ବେଶ ସୁରୁଖୁରରେ ନିଜ ଘରେ ବସି କରି ପରିବେ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଆପଣ ଏହି ଆପ୍‌ ସାହାଯ୍ୟରେ ମାତ୍ର ୫୦ ଟଙ୍କା ପୈଠ କଲେ ଆଧାର କାର୍ଡର ନୂତନ କପି ୧୫ ଦିନ ମଧ୍ୟରେ ଆସି ଆପଣଙ୍କ କାର୍ଡରେ ଉଲ୍ଲେଖ ଥିବା ଠିକଣାରେ ପହଞ୍ଚିଯିବ। ଖାଲି ଏତିକି ନୁହେଁ; ଏହି ଆପ୍‌ ଜରିଆରେ ଆପଣ ଆପଣଙ୍କର ନିଜ ଆଧାରକୁ ନିଜ ସ୍ମାର୍ଟଫୋନ୍‌ରେ ଡାଉନ୍‌ଲୋଡ୍‌ କରି ରଖିପାରିବେ ଏବଂ ଏହାକୁ ଅଫ୍‌ଲାଇନ୍‌ ଇକେଓ୍ଵାଇସି ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆପ୍‌ ଜରିଆରେ ଆପଣ ଆପଣଙ୍କ ଠିକଣା ଅପ୍‌ଡେଟ୍‌ କରାଇପାରିବେ ଏବଂ ଆପଣଙ୍କ ଠିକଣାର ପ୍ରମାଣ ନେବା ପାଇଁ ନୂତନ ଠିକଣାରେ ଚିଠି ପଠାଇବାକୁ ମଧ୍ୟ ଅନୁୁରୋଧ ପତ୍ର ପଠାଇ ପାରିବେ।

ନୂଆ ଏମ୍‌ଆଧାର ଆପ୍‌ର ଅନ୍ୟ ଏକ ବିଶେଷତ୍ୱ ହେଲା ଏହାକୁ ଓଡ଼ିଆ ସମେତ ଅନ୍ୟ ୧୩ଟି ଭାରତୀୟ ଭାଷାରେ କାର୍ଯ୍ୟକ୍ଷମ କରାଯାଇ ପାରିବ। ଓଡ଼ିଆ ସମେତ ଅନ୍ୟ ଯେଉଁ ସମସ୍ତ ଭାରତୀୟ ଭାଷା ବ୍ୟବହାର କରିବାର ସୁବିଧା ଏଥିରେ ରହିଛି, ସେଗୁଡ଼ିକ ହେଲା: ଇଂରାଜୀ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ତାମିଲ, ମାଲାୟାଲାମ୍‌, କନ୍ନଡ଼, ଗୁଜୁରାଟି, ପଞ୍ଜାବୀ, ମରାଠି ଓ ଅସମୀୟା।

ଯେଉଁମାନେ ପୂର୍ବରୁ ନିଜ ନିଜ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌କୁ ଡାଉନ୍‌ଲୋଡ୍‌ କରିଥିଲେ, ସେମାନେ ଏବେ ପୁରୁଣା ଆଧାର ଆପ୍‌କୁ ଅନ୍‌ ଇନ୍‌ଷ୍ଟଲ କରି ତା’ ସ୍ଥାନରେ ଏହି ନୂଆ ଏମ୍‌ଆଧାର ଆପ୍‌କୁ ଡାଉନ୍‌ଲୋଡ୍‌ କରିବାକୁ ପରାମର୍ଶ ଦେଇଛି ୟୁଆଇଡିଏଆଇ।

ଏବେ ଆସନ୍ତୁ ଜାଣିବେ, ଏହି ନୂଆ ଏମ୍‌ଆଧାର ଆପ୍‌କୁ ଆପଣଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ କରିବେ କେମିତି?

- ଆପଣଙ୍କ ଫୋନ୍‌ର ଗୁଗୁଲ ପ୍ଲେ ଷ୍ଟୋର/ ଆପ୍‌ ଷ୍ଟୋରକୁ ଖୋଲନ୍ତୁ।

- ଇନ୍‌ଷ୍ଟଲ ବଟନ୍‌ ଉପରେ କ୍ଲିକ୍‌ କରି ଆପ୍‌ଟିକୁ ଇନ୍‌ଷ୍ଟଲ କରିବା ପାଇଁ ଅନୁମତି ମାଗନ୍ତୁ।

- ଏହାପରେ ଆପଣଙ୍କୁ ଏକ ୪ ସଂଖ୍ୟା ବିଶିଷ୍ଟ ପାସ୍‌ଓ୍ଵାର୍ଡ ମଗାଯିବ।

- ଆପଣ ୪ ସଂଖ୍ୟା ବିଶିଷ୍ଟ ପାସ୍‌ଓ୍ଵାର୍ଡ ଦିଅନ୍ତୁ ଏବଂ ଏହାକୁ ମନେ ରଖନ୍ତୁ। କାରଣ ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ବି ଏହି ଆପ୍‌ ଖୋଲିବେ ବା ଲଗ୍‌ଇନ୍‌ ହେବାକୁ ଚାହିଁବେ; ସବୁଥରକ ଆପଣଙ୍କୁ ଏହି ୪ ସଂଖ୍ୟା ବିଶିଷ୍ଟ ପାସ୍‌ଓ୍ଵାର୍ଡ ହିଁ ଦେବାକୁ ହେବ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe