ନୂତନ କୃଷି ଆଇନ: ସୁପ୍ରିମକୋର୍ଟ ନିଯୁକ୍ତ କମିଟିର ରିପୋର୍ଟ ଦାଖଲ, ଏପ୍ରିଲ ୫ରେ ମାମଲାର ଶୁଣାଣି

ବିନା କରୋନା ଟେଷ୍ଟ୍‌ରେ ସୁପ୍ରିମ୍‌ କୋର୍ଟ ପରିସରକୁ ପ୍ରବେଶ ମନା

Image Courtesy of Hindustan Times

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିବାଦୀୟ ୩ ନୂତନ କୃଷି ଆଇନର ପର୍ଯ୍ୟାଲୋଚନା ପାଇଁ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କମିଟି ଏକ ବନ୍ଦ ଲଫାପାରେ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ଗତ ୧୯ ତାରିଖରୁ ଦାଖଲ କରିସାରିଛି ବୋଲି କମିଟିର ଅନ୍ୟତମ ସଦସ୍ୟ ଅର୍ଥନୀତିଜ୍ଞ ଏଅନୀଲ ଘନବତ୍‌ ସୂଚନା ଦେଇଛନ୍ତି। ତେବେ ଏଯାଏ ତାହା ଖୋଲାଯାଇ ନଥିବା ବେଳେ ଆଗାମୀ ୫ ତାରିଖରେ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି।

ସରକାରଙ୍କ ଏହି ନୂତନ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଚାଷୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏହି ଆଇନଗୁଡ଼ିକର ତର୍ଜମା କରିବା ଲାଗି ସୁପ୍ରିମକୋର୍ଟ ଗତ ଜାନୁଆରି ୧୨ ତାରିଖରେ ଏକ ତିନି ଜଣିଆ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟ ଉପରେ ଭରସା ଥିବା ଦର୍ଶାଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଉକ୍ତ କମିଟିକିୁ ସ୍ବାଗତ କରିଥିବା ବେଳେ ୪୦ଟି କୃଷକ ସଂଗଠନର ମିଳିତ ମଞ୍ଚ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍‌କେଏମ୍‌) ଏହାକୁ ସରକାର ସମର୍ଥନକାରୀ କହି କମିଟିକୁ ପ୍ରଥମରୁ ହିଁ ଗ୍ରହଣ କରିନାହିଁ। ତେବେ ଦୀର୍ଘ ଚାରି ମାସ ହେଲା ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ଭିତରେ ଦେଖାଦେଇଥିବା ଅଚଳାବସ୍ଥାକୁ ଟାଳିବା ଉଦ୍ଦେଶ୍ୟରେ କୌଣସି ସମାଧାନର ବାଟ ବାହାର କରିବା ପାଇଁ ଉକ୍ତ କମିଟିର ସଦସ୍ୟମାନେ ଏହି ଅବସରରେ ୮୫ଟି ଚାଷୀ ସଂଗଠନ, ବିଭିନ୍ନ କର୍ମକର୍ତ୍ତା ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ଏହି ରିପୋର୍ଟ ଦାଖଲ କରିଛନ୍ତି।

ମେ’ରେ ସଂସଦ ଭବନ ଅଭିଯାନ କରିବେ ଚାଷୀ, ୫ରେ ଦେଶବ୍ୟାପୀ ଏଫ୍‌ସିଆଇ କାର୍ଯ୍ୟାଳୟ ଘେରାଉ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୪ ମାସ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ମେ’ରେ ସଂସଦ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ସେଠାରେ ପ୍ରତିବାଦ କାର୍ଯ୍ୟକ୍ରମ କରିବେ ବୋଲି ଘୋଷଣା କରିଛନ୍ତି। ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏ ବାବଦ ନିଷ୍ପତ୍ତି ନିଆଯାଇଛି । ୫ ଏପ୍ରିଲରେ ଏଫ୍‌ସିଆଇ ବଞ୍ଚାଓ ଦିବସ ପାଳନ କରାଯିବ ଏବଂ ଏହି ଦିନ ଦେଶବ୍ୟାପୀ ଏଫ୍‌ସିଆଇ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ହେବ। ମେ ୧ ଶ୍ରମିକ ଦିବସ ଚାଷୀ ଓ ଶ୍ରମିକଙ୍କ ପକ୍ଷରୁ ମିଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe