Image Courtesy of India Today
ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୧୭ ବର୍ଷର ବାଳକ ଆର୍ୟନ ଗୁଲାଟି ଆତ୍ମନିର୍ଭର ଭାରତ ଆଇଡିଆଥନ୍ର ସର୍ବ କନିଷ୍ଠ ବିଜେତା ହୋଇଛନ୍ତି। ସେ ଏକ ଆପ୍ ବିକାଶ କରିଛନ୍ତି ଯେଉଁ ଆପ୍ଦ୍ବାରା ମାତ୍ର ୩ରୁ ୫ ସେକେଣ୍ଡ୍ ମଧ୍ୟରେ କୋଭିଡ୍-୧୯ ଚିହ୍ନଟ କରିହେବ। ଡିପିଏସ୍ ଆରକେ ପୁରମ୍ର ଏହି ଛାତ୍ର 'ଲୁଙ୍ଗାଇ' ନାମକ ଏକ ୱେବ୍ ଆପ୍ ଆରମ୍ଭ କରିଛନ୍ତି। ଏହି ଆପ୍ ଉଦ୍ଭାବନ କରି ଗୁଲାଟି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଆତ୍ମନିର୍ଭର ଭାରତ ଆଇଡିଆଥନ୍ର ସର୍ବ କନିଷ୍ଠ ବିଜେତା ହୋଇଛନ୍ତି। ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆର୍ୟନ ଗୁଲାଟିଙ୍କର ଏହି ଆପ୍ କୋଭିଡ୍-୧୯ ଚିହ୍ନଟ କରିବା ସହ ଅନ୍ୟ ଫୁସ୍ଫୁସ୍ ସମସ୍ୟା ତଥା ନ୍ୟୁମୋନିଆ , ଟିବି ଏବଂ ଫୁସଫୁସ୍ କର୍କଟ ରୋଗକୁ ମଧ୍ୟ ଚିହ୍ନଟ କରିପାରିବ। ଆର୍ୟନ ତାଙ୍କ ଆପ୍କୁ ଜାତୀୟ ସ୍ତରରେ କାର୍ଯ୍ୟକାରୀ କରିବାପାଇଁ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ପାଇଛନ୍ତି। ଗତ ଜୁନ୍ ୨୦ ତାରିଖରେ ଆତ୍ମନିର୍ଭର ଭାରତ ଆଇଡିଆଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Follow Us