ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ଖ୍ୟାତନାମା ଆଇନଜୀବୀ ୬୫ ବର୍ଷୀୟ ହରିଶ ସାଲଭେ କରିବେ ଦ୍ୱିତୀୟ ବିବାହ

Advertisment
ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ଖ୍ୟାତନାମା ଆଇନଜୀବୀ ୬୫ ବର୍ଷୀୟ ହରିଶ ସାଲଭେ କରିବେ ଦ୍ୱିତୀୟ ବିବାହ

NewsWorld

ନୂଆଦିଲ୍ଲୀ: ଦେଶର ଖ୍ୟାତନାମା ଆଇନଜୀବୀ ୬୫ ବର୍ଷୀୟ ହରିଶ ସାଲଭେ ଆସନ୍ତାକାଲି (୨୮ ଅକ୍ଟୋବର, ୨୦୨୦) ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି। ନିଜର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ବରିଷ୍ଠ ଆଡଭୋକେଟ୍‌ ହରିଶ ସାଲଭେ ଲଣ୍ଡନରେ ରହୁଥିବା କଳାକାର ୫୬ ବର୍ଷୀୟା କାରୋଲିନ ବ୍ରୋସାର୍ଡଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୬୫ ବର୍ଷୀୟ ହରିଶ ସାଲଭେ ଚଳିତ ବର୍ଷ ଜୁନ୍‌ ମାସରେ ତାଙ୍କ ପତ୍ନୀ ୩୮ ବର୍ଷ ବୟସ୍କା ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇଥିଲେ।

ଚଳିତ ଜାନୁଆରିରେ ଇଂଲଣ୍ଡ ଏବଂ ୱେଲ୍‌ସରେ ବ୍ରିଟେନ୍‌ ରାଣୀଙ୍କ ଆଇନ୍‌ ପରାମର୍ଶଦାତା (କ୍ୱିଇନସ୍‌ କାଉନସେଲ) ହେବା ପୂର୍ବରୁ ସାଲଭେ ଭାରତର ପୂର୍ବତନ ସଲିସିଟର ଜେନେରାଲ୍‌ ଥିଲେ। ସୁପ୍ରିମ୍‌ କୋର୍ଟରେ ଅନେକ ହାଇ-ପ୍ରୋଫାଇଲ୍‌ ମାମଲା ଲଢ଼ିବା ସହ ଦେଶର ଜଣେ ବ୍ୟସ୍ତବହୁଳ ଓ ଖ୍ୟାତନାମା ଆଇନଜୀବୀ ଭାବେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ ହରିଶ ସାଲଭେ।

ଇଂଲଣ୍ଡରେ ଆୟୋଜିତ ଏକ ଆର୍ଟ ଇଭେଣ୍ଟରେ ୫୬ ବର୍ଷୀୟା କଳାକାର କାରୋଲିନ ବ୍ରୋସାର୍ଡଙ୍କ ସହ ସଂପର୍କରେ ଆସିବା ପରେ ହରିଶ ସାଲଭେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ବୋଲି ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe