ଦୁଷ୍କର୍ମକାରୀଙ୍କୁ ଏଣିକି କରାଯିବ ନପୁଂସକ, କ୍ୟାବିନେଟରେ ମିଳିଲା ଅନୁମୋଦନ

ଦୁଷ୍କର୍ମକାରୀଙ୍କୁ ଏଣିକି କରାଯିବ ନପୁଂସକ, କ୍ୟାବିନେଟରେ ମିଳିଲା ଅନୁମୋଦନ

Free Press Journal

ଇସଲାମାବାଦ: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି ପାକିସ୍ତାନ ସରକାର | ଏଣିକି ଦୁଷ୍କର୍ମକାରୀଙ୍କୁ ନପୁଂସକ କରିବାକୁ ପାକିସ୍ତାନ କ୍ୟାବିନେଟ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି | ପାକିସ୍ତାନରେ ବଳାତ୍କାରର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫେଡେରାଲ୍ କ୍ୟାବିନେଟ୍ ଦୁଇଟି ବଳାତ୍କାର ବିରୋଧୀ ନିୟମକୁ ଅନୁମୋଦନ କରିଛି। ଏହି ନିୟମଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଦୁଷ୍କର୍ମକାରୀଙ୍କ ଯୌନ କ୍ଷମତା ହ୍ରାସ କରିବା ଓ ଫାଶୀ ଭଳି କଠୋର ଦଣ୍ଡ ଦେବା |

ଏହି ଅଧ୍ୟାଦେଶ ମୁତାବକ ରାସାୟନିକ ଉପାୟ ଦ୍ୱାରା ଦୋଷୀଙ୍କୁ ନପୁଂସକ କରାଯିବା ସହ ଯୋୖନ ଉତ୍ପୀଡ଼ନ ମାମଲାରେ ଶୀଘ୍ର ଶୁଣାଣି ପାଇଁ ପଦକ୍ଷେପ ନିଆଯିବ | ଖବର ଅନୁଯାୟୀ, ପୁଲିସ ବ୍ୟବସ୍ଥାରେ ମହିଳାଙ୍କ ଭୂମିକା ବୃଦ୍ଧି, ବଳାତ୍କାର ମାମଲାରେ ଶୀଘ୍ର ଶୁଣାଣି ଏବଂ ସାକ୍ଷୀଙ୍କ ସୁରକ୍ଷାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଏହା ଏକ ଗମ୍ଭୀର ବିଷୟ ଏବଂ ଏହି ପ୍ରସଙ୍ଗରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ।

ସେ କହିଛନ୍ତି, 'ଆମ ନାଗରିକଙ୍କ ପାଇଁ ଆମକୁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ପଡ଼ିବ।' ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଷ୍କର୍ମର ଶିକାର ହୋଇଥିବା ଲୋକମାନେ ବିନା ଭୟରେ ଅଭିଯୋଗ ପଞ୍ଜିକରଣ କରିପାରିବେ ଏବଂ ସରକାର ସେମାନଙ୍କର ପରିଚୟ ଲୁଚାଇ ରଖିବେ | ତେବେ କିଛି ମନ୍ତ୍ରୀ ମଧ୍ୟ ବଳାତ୍କାରକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦେବାକୁ ସୁପାରିଶ କରିଥିଲେ। ଶାସକ ପାକିସ୍ତାନ ତେହେରିକ-ଇ-ଇନସାଫର ସାଂସଦ ଫୈଜଲ ଜାଭେଦ ଖାନ ଟ୍ୱିଟରରେ ଲେଖିଛନ୍ତି ଯେ ଖୁବ ଶୀଘ୍ର ସଂସଦରେ ଏହି ଆଇନ ପ୍ରଣୟନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe