ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୧୯ ପ୍ରତ୍ୟାହାର କରିନେଇଛନ୍ତି। ଏହି ବିଲ୍ ୨୦୧୯ରେ ଆଗତ ହୋଇଥିଲା। କିନ୍ତୁ ବିରୋଧୀ ଦଳଗୁଡ଼ିକ ଏହି ବିଲ୍କୁ ବିରୋଧ କରିଥିଲେ। ଏହା ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ବିରୋଧୀ ଦଳ ଗୁଡ଼ିକ ଦାବି କରିଥିଲେ। ଫଳରେ ଏହି ବିଲ୍ର ତର୍ଜମା ପାଇଁ ଏହାକୁ (ଜେପିସି) ଯୁଗ୍ମ ସଂସଦୀୟ କମିଟି ପଠାଯାଇଥିଲା। ଉକ୍ତ କମିଟି ଏହି ବିଲ୍ରେ ୮୧ଟି ସଂଶୋଧନ ପାଇଁ ସୁପାରିସ କରିଛନ୍ତି। ଇଲେକଟ୍ରୋନିକ୍ସ ଏବଂ ସୁଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଲୋକସଭାରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍,୨୦୧୯ ପ୍ରତ୍ୟାହାର ପାଇଁ ଏକ ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହେବାପରେ ବିଲ୍ ପ୍ରତ୍ୟାହାର ହୋଇଛି।
ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍- ୨୦୧୯ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର
Advertisment
Follow Us