ଦିଲ୍ଲୀ, ବିହାର ଓ ରାଜସ୍ଥାନରେ ନୂଆ ବିଜେପି ମୁଖ୍ୟ

Advertisment
ନ୍ୟାୟ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ଭୋଟ୍‌ ଲକ୍ଷ୍ୟ: ବିଜେପି

India Today

ନୂଆଦିଲ୍ଲୀ  : ନିର୍ବାଚନ ସମୟରେ ବିଜେପି ସବୁବେଳେ କିଛି ନା କିଛି ସରପ୍ରାଇଜ୍‌ ଦେଇଥାଏ। ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଗୁରୁବାର ଦିନ ଏକ ସରପ୍ରାଇଜ୍‌ ଦେଇଛି। ବିଜେପି ଆଜି ଦିଲ୍ଲୀ, ବିହାର ଏବଂ ରାଜସ୍ଥାନରେ ଏହାର ନୂଆ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି। ଦିଲ୍ଲୀ ବିଜେପି କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ସଚଦେବ ଦିଲ୍ଲୀ ବିଜେପିର ନୂଆ ସଭାପତି ହୋଇଛନ୍ତି। ଲୋକସଭା ସାଂସଦ ସିପି ଯୋଶୀ ରାଜସ୍ଥାନ ବିଜେପି ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ବିହାର ବିଧାନ ପରିଷଦରେ ବିରୋଧୀ ଦଳ ନେତା ସମ୍ରାଟ ଚୌଧୁରୀ ରାଜ୍ୟର ନୂଆ ବିଜେପି ସଭାପତି ନିଯୁକ୍ତ ହୋଇଛନ୍ତି। ସଂଜୟ ଜୟସ୍ବାଲଙ୍କ ସ୍ଥାନରେ ସେ ରାଜ୍ୟର ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି।

ରାଜସ୍ଥାନରେ ନିର୍ବାଚନକୁ ଆଉ ୮ ମାସ ଥିବାବେଳେ ବିଜେପି ଏହାର ରାଜ୍ୟ ସଭାପତିଙ୍କୁ ବଦଳାଇଛି। ସତୀଶ ପୁନିଆଙ୍କ ସ୍ଥାନରେ ସିପି ଯୋଶୀ ନୂଆ ଦାୟିତ୍ବ ନେବେ। ରାଜସ୍ଥାନ ବିଧାନସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସିପି ଯୋଶୀ ରାଜସ୍ଥାନ ବିଜେପି ମୁଖ୍ୟ ରହିବେ ବୋଲି ଦଳୀୟ ନେତାମାନେ କହିଛନ୍ତି। ଏବିଭିପିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସିପି ଯୋଶୀ ସଂଘ ସହ ଅତି ଘନିଷ୍ଠ। ସେ ଆରଏସଏସ ପୃଷ୍ଠଭୂମିରୁ ଆସିଛନ୍ତି। ସିପି ଯୋଶୀ ଚିତ୍ତୋରଗଡ଼ରୁ ୨ ଥର ଲୋକସଭା ସାଂସଦ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe