Advertisment

Anil Ambani: ଅନିଲଙ୍କ ବିରୋଧରେ ନୂଆ ମାମଲା: ୧୦୮୫ କୋଟିର ଋଣ ଠକେଇ

Advertisment

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଭିଯୋଗ ଆଧାରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ରିଲାଏନ୍ସ ଧୀରୁଭାଇ ଅମ୍ବାନୀ ଗ୍ରୁପ୍‌ (ଏଡିଏଜି)ର ମୁଖ୍ୟ ଅନିଲ ଅମ୍ବାନୀଙ୍କ ବିରୋଧରେ ଏକ ନୂଆ ଠକେଇ ମାମଲା ରୁଜୁ କରାଯାଇଛି। ବ୍ୟାଙ୍କ ଅଭିଯୋଗ କରିଛି ଯେ ଅନିଲ ଓ ତାଙ୍କ କମ୍ପାନି ୨୦୧୩ରୁ ୨୦୧୭ ମଧ୍ୟରେ ୧୦୮୫ କୋଟି ଟଙ୍କାର ଠକେଇ କରିଥିଲେ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଭିଯୋଗ ଆଧାରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ରିଲାଏନ୍ସ ଧୀରୁଭାଇ ଅମ୍ବାନୀ ଗ୍ରୁପ୍‌ (ଏଡିଏଜି)ର ମୁଖ୍ୟ ଅନିଲ ଅମ୍ବାନୀଙ୍କ ବିରୋଧରେ ଏକ ନୂଆ ଠକେଇ ମାମଲା ରୁଜୁ କରାଯାଇଛି। ବ୍ୟାଙ୍କ ଅଭିଯୋଗ କରିଛି ଯେ ଅନିଲ ଓ ତାଙ୍କ କମ୍ପାନି ୨୦୧୩ରୁ ୨୦୧୭ ମଧ୍ୟରେ ୧୦୮୫ କୋଟି ଟଙ୍କାର ଠକେଇ କରିଥିଲେ।

anil ambani

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଭିଯୋଗ ଆଧାରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ରିଲାଏନ୍ସ ଧୀରୁଭାଇ ଅମ୍ବାନୀ ଗ୍ରୁପ୍‌ (ଏଡିଏଜି)ର ମୁଖ୍ୟ ଅନିଲ ଅମ୍ବାନୀଙ୍କ ବିରୋଧରେ ଏକ ନୂଆ ଠକେଇ ମାମଲା ରୁଜୁ କରାଯାଇଛି। ବ୍ୟାଙ୍କ ଅଭିଯୋଗ କରିଛି ଯେ ଅନିଲ ଓ ତାଙ୍କ କମ୍ପାନି ୨୦୧୩ରୁ ୨୦୧୭ ମଧ୍ୟରେ ୧୦୮୫ କୋଟି ଟଙ୍କାର ଠକେଇ କରିଥିଲେ। ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୦ (ପ୍ରତାରଣା) ଓ ୧୨୦ବି (ଅପରାଧିକ ଷଡ଼୍‌ଯନ୍ତ୍ର ଅନୁଯାୟୀ ସିବିଆଇ ଏକ ଏତଲା ରୁଜୁ କରିଛି।ଅଭିଯୋଗ ଅନୁସାରେ ପିଏନ୍‌ବି ଓ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ନିଆଯାଇଥିବା ଋଣକୁ ଅନିଲ ଅନ୍ୟତ୍ର ବ୍ୟବହାର କରିଥିଲେ।

 ଏହି ଠକେଇ ଦ୍ବାରା ପିଏନ୍‌ବିର ୬୨୧.୩୯ କୋଟି ଟଙ୍କା ଓ ୟୁନାଇଟେଡ୍‌ ବ୍ୟାଙ୍କର ୪୬୩.୮୦ କୋଟି ଟଙ୍କା କ୍ଷତି ହୋଇଥିଲା। ଏବେ ପିଏନ୍‌ବି ସହ ୟୁନାଇଟେଡ୍‌ ବ୍ୟାଙ୍କ ମିଶିଯାଇଥିବାରୁ ସମସ୍ତ କ୍ଷତିକୁ ପିଏନ୍‌ବିର କ୍ଷତି ଭାବେ ଦର୍ଶାଯାଇଛି। ବ୍ୟାଙ୍କ ଅଭିଯୋଗ କରିଛି ଯେ ଋଣ ରାଶିକୁ ଅନିଲଙ୍କ କମ୍ପାନି ଏଭଳି କାମରେ ଲଗାଇଥିଲେ ଯାହାବିଷୟରେ ବ୍ୟାଙ୍କକୁ ଅନ୍ଧାରରେ ରଖାଯାଇଥିଲା। ଗତ ଫେବ୍ରୁଆରିରେ ମଧ୍ୟ ସିବିଆଇ ପକ୍ଷରୁ ଅନିଲ ଓ ତାଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ନାମରେ ଏକ ଠକେଇ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ରହିଛି ‌ଯେ ୨୦୧୩ରୁ ୨୦୧୭ ମଧ୍ୟରେ ସେ ବ୍ୟାଙ୍କ ଅଫ୍‌ ବରୋଦାରୁ ୨,୨୨୦ କୋଟି ଟଙ୍କାର ଠକେଇ କରିଥିଲେ।

ଆହୁରି ପଢନ୍ତୁ: Shoe in One rupees: ୧ ଟଙ୍କାରେ ଜୋତା ପାଇବାକୁ ପ୍ରବଳ ଭିଡ଼: ଲାଠି ଚାର୍ଜ କରି ଘଉଡ଼ାଇଲା ପୁଲିସ

ପୂର୍ବରୁ ଅନିଲଙ୍କ ବିରୋଧରେ ରହିଥିବା ମନି ଲଣ୍ଡରିଂ ମାମଲାଗୁଡ଼ିକର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଛି। ଇତି ମଧ୍ୟରେ ଏହା ତାଙ୍କ ୧୫ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିସାରିଲାଣି। ନିକଟରେ ମୁମ୍ବାଇରେ ଥିବା ତାଙ୍କ ୩୭୧୬ କୋଟି ଟଙ୍କାର ଘର ‘ଆ‌ବୋଡ୍‌’କୁ ଜବତ କରାଯାଇଥିଲା। ଏହା ବ୍ୟତୀତ ଦିଲ୍ଲୀ, ନୋଏଡା, ଗାଜିଆବାଦ, ମୁମ୍ବାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ, କାଞ୍ଚିପୂରମ ଓ ପୂର୍ବ ଗୋଦାବରୀ ଭଳି ସ୍ଥାନରେ ଥିବା ତାଙ୍କ ଆବାସିକ ଗୃହ, କାର୍ଯ୍ୟାଳୟ ସ୍ଥାନ ଓ ଜମି ଆଦିକୁ ଇଡି ବତ କରିଛି। ଅନିଲଙ୍କ ବିରୋଧରେ ୪୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe