ଭାରତ-ଆମେରିକା ସମ୍ପର୍କରେ ନୂଆ ଇତିହାସ: ମୋଦୀ

ଭାରତ-ଆମେରିକା ସମ୍ପର୍କରେ ନୂଆ ଇତିହାସ: ମୋଦୀ

The Financial Express

ଅହମ୍ମଦାବାଦ : ଭାରତ ଓ ଆମେରିକାର ସମ୍ପର୍କ କେବଳ ଦୁଇ ଦେଶ ମଧ୍ୟରେ ଥିବା ସାଧାରଣ ସମ୍ପର୍କ ମାତ୍ର ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ଥିବା ଅତୁଟ ବନ୍ଧନ ଓ ସହଭାଗିତାର ପରିଣାମ। ଭାରତ ଓ ଆମେରିକା ସମ୍ପର୍କରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି। ଦୃଢ଼ ବିଶ୍ବାସ ଭାରତ-ଆମେରିକା ସମ୍ପର୍କର ଅଧାର। ଆଜି ମୋଟେରା ଷ୍ଟାଡିୟମ୍‌ରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍‌‘ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ସ୍ବାଗତ ଜଣାଇ ଏହି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି ଭାରତ ମାତାକୀ ଜୟ ଧ୍ବନିରୁ ଭାଷଣ ଆରମ୍ଭ କରିଥିଲେ ମୋଦୀ ଏବଂ ଟ୍ରମ୍ପ୍‌ଙ୍କୁ ‘ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ରକୁ ସ୍ବାଗତ’ ବୋଲି କହିଥିଲେ। ମୋଦୀ କହିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ତାଙ୍କ ପରିବାର ସଦସ୍ୟଙ୍କ ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ କରିଛି। କେବଳ ଗୁଜରାଟ କାହିଁକି ସମଗ୍ର ଭାରତ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ବାଗତ କରୁଛି। ମୋଦୀ କହିଥିଲେ, ବିଶ୍ବର ସର୍ବପୁରାତନ ଭାଷା ସଂସ୍କୃତ ଅନୁସାରେ, ‘ନମସ୍ତେ’ ଶବ୍ଦର ଅତି ଗଭୀର ଅର୍ଥ ରହିଛି। ‘ନମସ୍ତେ’ କହି ଆମେ କେବଳ ଜଣେ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇ ନଥାଉ, ବରଂ ବ୍ୟକ୍ତି ମଧ୍ୟରେ ଥିବା ଈଶ୍ବରୀୟ ସତ୍ତା‌କୁ ଭକ୍ତି ଅର୍ପଣ କରିଥାଉ। ଗୋଟିଏ ଦେଶ ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’କୁ ନେଇ ଗର୍ବ କରୁଥିବାବେଳେ ଆଉ ଗୋଟିଏ ଦେଶ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ନେଇ ଗର୍ବ କରିଥାଏ ବୋଲି ମୋଦୀ କହିଥିଲେ। ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବିଶ୍ବାସ ଯେଉଁ ନୂତନ ଉଚ୍ଚତାରେ ପହଞ୍ଚିଛି ଓ ଯେତେ ସଦୃଢ ହୋଇଛି ତାହା ଐତିହାସିକ। ଆମେରିକା ଭଳି ଭାରତରେ ମଧ୍ୟ ପରିବର୍ତ୍ତନ ପାଇଁ ବ୍ୟଗ୍ରତା ରହିଛି। ବୃହତ୍‌ ଲକ୍ଷ୍ୟ ହାସଲ ଆଜି ନୂତନ ଭାରତର ପରିଚୟ ପାଲଟିଛି। ଆଜି ୧୩୦ କୋଟି ଭାରତବାସୀ ମିଶି ନୂତନ ଭାରତ ନିର୍ମାଣ କରୁଛନ୍ତି। ଭାରତୀୟ ଯୁବ ଶକ୍ତି ଉଚ୍ଚାଭିଳାଷରେ ପରିପୂର୍ଣ୍ଣ ଅଛନ୍ତି। ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରି ତାକୁ ହାସଲ କରିବାକୁ ଭାରତୀୟ ଯୁବଶକ୍ତି ପ୍ରତିଶ୍ରୁତିବଦ୍ଧ। ଆଜି ଭାରତ କେବଳ ଅଧିକ ସଂଖ୍ୟାରେ କୃତ୍ରିମ ଉପଗ୍ରହ ପ୍ରେରଣ କରିବାର ରେକର୍ଡ କରିନାହିଁ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ମଧ୍ୟ ହାସଲ କରିବା‌ରେ ସକ୍ଷମ ହୋଇପାରିଛି। ଏକବିଂଶ ଶତାବ୍ଦୀରେ ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ଭାରତ ବିଶ୍ବ ତୁଳନାରେ ଅଗ୍ରଗତି କରୁଛି। ଗତ କିଛିଦିନ ଧରି ଭାରତ ୧୫୦୦ ପୁରୁଣା ଆଇନକୁ ଶେଷ କରିଦେଇ ନାହିଁ ବରଂ ସମାଜକୁ ସଶକ୍ତ କରିବା ପାଇଁ ଅନେକ ନୂତନ ଆଇନ ପ୍ରଣୟନ କରିଛି। ଉଭୟଲିଙ୍ଗୀ ବ୍ୟକ୍ତିଙ୍କ ଅଧିକାର ହେଉ, ତିନି ତଲାକ୍‌ ବିରୋଧରେ ଆଇନ ଆଣି ମୁସଲମାନ ମହିଳାଙ୍କୁ ସମ୍ମାନ ଦେବା ହେଉ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବା ହେଉ, ମହିଳାଙ୍କୁ ଗର୍ଭାବସ୍ଥ ସମୟରେ ଦରମା ସହିତ ୨୬ ମାସର ମାତୃତ୍ବ ଅବକାଶ ବ୍ୟବସ୍ଥା ହେଉ, ଏପରି ଅନେକ ଅଧିକାର ସମାଜର ବିଭିନ୍ନ ବର୍ଗଙ୍କ ପାଇଁ ସୁନିଶ୍ଚିତ କରାଯାଇଛି ବୋଲି ମୋଦୀ କହିଥିଲେ। ତେବେ ଭାରତର ଏଭଳି ପରିବର୍ତ୍ତନରେ ଆମେରିକା ଏକ ଭରସାଯୋଗ୍ୟ ସହଭାଗୀ ହୋଇପାରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ। ଭାରତୀୟ ସେନା ଯେଉଁ ଦେଶ ସହିତ ଅଧିକ ସମରାଭ୍ୟାସ କରୁଛି ତାହା ଆମେରିକା। ଆଜି ଯେଉଁ ଦେଶ ସହିତ ଭାରତର ସବୁଠୁ ବେଶି ଗବେଷଣା ଓ ବିକାଶ ଭାଗିଦାରୀ ରହିଛି ସେ ଆମେରିକା ବୋଲି ମୋଦୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe