ମୁମ୍ବାଇରେ ୩୫୦ ନୂଆ ସଂକ୍ରମଣ ମାମଲା, ମାସ୍କ ପିନ୍ଧିବାକୁ କହିଲେ ମୁଖ୍ୟମନ୍ତ୍ରୀ

Advertisment
ମୁମ୍ବାଇରେ ୩୫୦ ନୂଆ ସଂକ୍ରମଣ ମାମଲା, ମାସ୍କ ପିନ୍ଧିବାକୁ କହିଲେ ମୁଖ୍ୟମନ୍ତ୍ରୀ

The New Indian Express

ମୁମ୍ବାଇ : ମୁମ୍ବାଇରେ ଶୁକ୍ରବାର ଦିନ ୩୫୦ଟି ନୂଆ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫେବ୍ରୁଆରି ୧୧ରୁ ପରଠାରୁ ସହରରେ ଏହା ସର୍ବାଧିକ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସଂକ୍ରମଣ ରୋକିବା ପାଇଁ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମୁମ୍ବାଇରେ ସକ୍ରିୟ ମାମଲା ୧୬୫୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌ରେ କୌଣସି ମୃତ୍ୟୁ ହୋଇନାହିଁ ବୋଲି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଏକ ବୟାନରେ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe