ଆଗ୍ରାରୁ ଅଜଣା କୋଭିଡ ଷ୍ଟ୍ରେନ ଚିହ୍ନଟ, ଅଧିକ ସଂକ୍ରାମକ ବୋଲି କହିଲେ ବିଶେଷଜ୍ଞ

Advertisment
ଆଗ୍ରାରୁ ଅଜଣା କୋଭିଡ ଷ୍ଟ୍ରେନ ଚିହ୍ନଟ, ଅଧିକ ସଂକ୍ରାମକ ବୋଲି କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆଗ୍ରାରେ କରୋନାର ଏକ ଅଜଣା ଷ୍ଟ୍ରେନ ଚିହ୍ନଟ ହୋଇଛି, ଯାହା ବିଷୟରେ ବିଶେଷଜ୍ଞଙ୍କ ପାଖରେ କୌଣସି ତଥ୍ୟ ନାହିଁ। ତେବେ ଏହି ଅଜଣା ଷ୍ଟ୍ରେନ ପୂର୍ବ ସବୁ ଷ୍ଟ୍ରେନଠାରୁ ଅଧିକ ବେଗରେ ବ୍ୟାପିବ ବୋଲି ବିଶେଷଜ୍ଞ କହିଛନ୍ତି।

ଶୁକ୍ରବାର ଦିନ, ଆଗ୍ରାରେ ୧୪ଜଣ କୋଭିଡ-୧୯ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଏଥିମଧ୍ୟରୁ ୪ଜଣ ରୋଗୀ ବିଦେଶୀ ଷ୍ଟ୍ରେନ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୩ଜଣ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ହେଲେ ୪ଜଣଙ୍କ ମଧ୍ୟରେ ଜଣେ ‌କେଉଁ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି, ତାହା ଜଣାପଡ଼ିପାରି ନାହିଁ।

publive-image indiatoday

ତେବେ କରୋନା ଭୂତାଣୁର ଭାରିଆଣ୍ଟ ଜଣାପଡ଼ିନଥିବା ବେଳେ ଏହା ଅଧିକ ସଂକ୍ରାମକ ବୋଲି କହିଛନ୍ତି ବିଶେଷଜ୍ଞ। ଯଦି ଏହା ବିଷୟରେ ଅଧିକ ତଥ୍ୟ ନମିଳେ ତେବେ ଏକାଧିକ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଗ୍ରାର ଏସଏନ ମେଡିକାଲ କଲେଜର ମାଇକ୍ରୋବିଓଲୋଜି ବିଭାଗର ମୁଖ୍ୟ ଡା. ଆରତୀ ଅଗ୍ରୱାଲ କହିଛନ୍ତି ଯେ, ୭ବର୍ଷରୁ ୬୦ବର୍ଷ ବୟସର ରୋଗୀଙ୍କଠାରୁ ସାତୋଟି ନମୁନା ନିଆଯାଇଥିଲା। ଏହି ନମୁନାଗୁଡ଼ିକୁ ପରୀକ୍ଷା ପାଇଁ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ବିଶ୍ବବିଦ୍ୟାଳୟକୁ ପଠାଯାଇଥିଲା। ପରୀକ୍ଷା ପରେ ୩ଜଣ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଅନ୍ୟଜଣେ ଅଜଣା ଷ୍ଟ୍ରେନ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe