ଭାରତରେ ନୂଆ କୋଭିଡ୍‌ ଉପ-ପ୍ରଜାତି ‘ବିଏ.୨.୭୫’ ଚିହ୍ନଟ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

Advertisment
ଭାରତରେ ନୂଆ କୋଭିଡ୍‌ ଉପ-ପ୍ରଜାତି ‘ବିଏ.୨.୭୫’ ଚିହ୍ନଟ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

Image Courtesy of NDTV

ଜାତିସଂଘ: ଭାରତ ଭଳି ଦେଶରେ ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ର ନୂଆ ଉପ-ପ୍ରଜାତି ‘ବିଏ.୨.୭୫’ ଚିହ୍ନଟ ହୋଇଛି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସେଥିପ୍ରତି ଦୃଷ୍ଟି ରଖିଛି ବୋଲି ବୁଧବାର ଦିନ ମହାନିର୍ଦେଶକ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ କହିଛନ୍ତି।

ଗତକାଲି ସାମ୍ବାଦିକମାନଙ୍କୁ ସଂକ୍ଷିପ୍ତ ସୂଚନା ଦେବା ବେଳେ ସେ କହିଲେ, ଗତ ୨ ସପ୍ତାହ ହେବ ବିଶ୍ବବ୍ୟାପୀ କୋଭିଡ୍‌-୧୯ ମାମଲା ପ୍ରାୟ ୩୦% ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୬ଟି ଉପ-ଅଞ୍ଚଳରୁ ୪ଟିରେ ଗତ ସପ୍ତାହରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି।

ୟୁରୋପ୍‌ ଏବଂ ଆମେରିକାରେ ‘ବିଏ.୪’ ଏବଂ ‘ବିଏ.୫’ ଲହର ସୃଷ୍ଟି କରୁଛନ୍ତି। ଭାରତ ଭଳି ଦେଶରେ ମଧ୍ୟ ଉପପ୍ରଜାତି ‘ବିଏ.୨.୭୫’ ଚିହ୍ନଟ ହେଲାଣି। ତା’ର ଗତିବିଧି ଉପରେ ଆମେ ଦୃଷ୍ଟି ରଖିଛୁ ବୋଲି ସେ କହିଛନ୍ତି।

publive-image Image Courtesy of NDTV

ଏ ସଂକ୍ରାନ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ଟୁଇଟର୍‌ରେ ପୋଷ୍ଟ୍‌ ହୋଇଥିବା ଏକ ଭିଡିଓରେ କହିଛନ୍ତି, ‘ବିଏ.୨.୭୫’ ନାମରେ ଏକ ନୂଆ ଉପ-ପ୍ରଜାତିର ଉତ୍ପତ୍ତି ହୋଇଛି। ପ୍ରଥରେ ଏହା ଭାରତ ଏବଂ ପରେ ପରେ ଆଉ ୧୦ଟି ଦେଶରେ ମଧ୍ୟ ଚିହ୍ନଟ ହୋଇଛି।

ବିଗତ ସପ୍ତାହ ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରରେ କୋଭିଡ୍‌-୧୯ ଜନିତ ସାପ୍ତାହିକ ମୃତ୍ୟୁସଂଖ୍ୟା ମଧ୍ୟ ୧୬% ବୃଦ୍ଧି ପାଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ କରିଛି। ଭାରତରେ ୨୦୦ ମୃତ୍ୟୁ (୩୯% ବୃଦ୍ଧି), ଥାଇଲାଣ୍ଡ୍‌ରେ ୧୦୮ (୧୪% ବୃଦ୍ଧି) ଏବଂ ଇଣ୍ଡୋନେସିଆରେ ୩୨ (୭% ବୃଦ୍ଧି) ରେକର୍ଡ କରାଯାଇଛି।

ତେଣୁ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରେ ‘କ‌ୋଭିଡ୍‌-୧୯ ଇନ୍‌ସିଡେଣ୍ଟ୍‌ ମ୍ୟାନେଜର୍‌’ ଆବ୍‌ଦି ମହମ୍ମଦ୍‌ କହିଛନ୍ତି ଯେ, ଏଇଟା ମହାମାରୀର ଅବସାନ ଘଟିଛି ବୋଲି କହିବାର ଉପଯୁକ୍ତ ସମୟ ନୁହେଁ। ଆମେ ଏବେ ମଧ୍ୟ ଭୂତାଣୁ ସଂକ୍ରମଣ ବାତାବରଣରେ ଅଛନ୍ତି। ଭୂତାଣୁ ପାଖରେ ମଧ୍ୟ ଅସୁମାରି କ୍ଷମତା ରହିଛି। ସେ ‘ବିଏ.୪’ ହେଉ କି, ‘ବିଏ.୫’ ହେଉ ଅଥବା ‘ବିଏ.୨.୭୫’ ହେଉ, ଭୂତାଣୁ ଉତ୍ପତ୍ତି ଧାରା ଅବ୍ୟାହତ ରହିବ। ତେଣୁ, ଜନସାଧାରଣ ମାସ୍କ୍‌ ପିନ୍ଧନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe