ଡାଇନୋସର ବି ସାମ୍ନା କରୁଥିଲେ କି କ୍ୟାନ୍ସର ସମସ୍ୟା, ଗବେଷଣା ଦେଲା ନୂଆ ତଥ୍ୟ

Advertisment
ଡାଇନୋସର ବି ସାମ୍ନା କରୁଥିଲେ କି କ୍ୟାନ୍ସର ସମସ୍ୟା, ଗବେଷଣା ଦେଲା ନୂଆ ତଥ୍ୟ

photo-thoughtco

ନୂଆଦିଲ୍ଲୀ: ଡାଇନୋସର ସହିତ ଜଡିତ ଏକ ଅନୁସନ୍ଧାନରେ ପ୍ରଥମ ଥର ପାଇଁ ଏହା ପ୍ରମାଣିତ ହୋଇଛି ଯେ ସେମାନଙ୍କୁ ମଧ୍ୟ କର୍କଟ ଭଳି ବିପଜ୍ଜନକ ରୋଗର ସାମ୍ନା କରିବାକୁ ପଡୁଥିଲା । ୭.୬ ନିୟୁତ ବର୍ଷ ପୁରୁଣା ଡାଇନୋସରର ଅସ୍ଥି ଯାହା ଭାଙ୍ଗିଯାଇଥିଲା ସେଥିରେ ମେଲିଗାଣ୍ଟ କର୍କଟ ଆକ୍ରାନ୍ତ ହୋଇଥିବାର ଏବେ ଜଣାପଡିଛି | ୧୯୮୯ରେ କାନାଡାର ଅଲବର୍ଟା ଅଞ୍ଚଳରୁ ଡାଇନୋସରର ଏହି ଜୀବାଶ୍ମକୁ ଉଦ୍ଧାର କରାଯାଇଥିଲା | ଟରୋଣ୍ଟୋରେ ଥିବା ରୟାଲ ଅନଟାରିଓ ସଂଗ୍ରହାଳୟର ଜୀବାଶ୍ମ ବୈଜ୍ଞାନିକ ଡେଭିଡ ଇଭାନ୍ସଙ୍କ ଅନୁଯାୟୀ, ଡାଇନୋସର ଜୀବାଶ୍ମ ହାଡର ଲମ୍ବ ୬ ମିଟର ହୋଇଥିବାବେଳେ ଏହା ପଛ ଗୋଡର ହାଡ ବୋଲି ଅନୁମାନ କରାଯାଉଛି | ଏହି ହାଡ଼ରେ, ଏକ ଟ୍ୟୁମର ଦେଖିବାକୁ ମିଳିଛି |

publive-image photo-deccan herald

ଏହାକୁ ନେଇ ଓଣ୍ଟାରିଓ ବିଶ୍ୱବିଦ୍ୟାଳୟର ଗବେଷକ ଡ. ମାର୍କ କ୍ରୋଥରଙ୍କ କହିବାନୁସାରେ, ଅନୁସନ୍ଧାନ ଫଳାଫଳ ନିଶ୍ଚିତ କରିଛି ଯେ କର୍କଟ ଏକ ନୂତନ ରୋଗ ନୁହେଁ, ଏହା ସହିତ ଜଡିତ ଜଟିଳତା ମଧ୍ୟ ପଶୁମାନଙ୍କଠାରେ ଦେଖିବାକୁ ମିଳିଛି। ଡାକ୍ତର ମାର୍କ କ୍ରୋଥର କହିଛନ୍ତି ଯେ ହାଡରେ ମଧ୍ୟ ଏକ ପ୍ରକାର କର୍କଟ ରୋଗ ହୋଇଥାଏ | ଯାହା ସାଧାରଣତଃ ଶିଶୁ ଏବଂ ଯୁବକମାନଙ୍କଠାରେ ଦେଖାଯାଏ |

କିନ୍ତୁ, ଅନୁସନ୍ଧାନରୁ ଜଣାପଡିଛି ଯେ କାହିଁ କେଉଁ କାଳରୁ ଏହି କ୍ୟାନ୍ସର ଡାଇନୋସର ମାନଙ୍କ ପାଖରେ ମଧ୍ୟ ଦେଖାଦେଇଛି | ଏହି କର୍କଟ ରୋଗର ଟ୍ୟୁମର ହାଡକୁ ଶୀଘ୍ର କ୍ଷତି ପହଞ୍ଚାଏ ଏବଂ ଅନ୍ୟ ଟିସୁରେ ପହଞ୍ଚେ | ଅନୁସନ୍ଧାନରୁ ଜଣାପଡିଛି ଯେ ଯଦିଓ, ଡାଇନୋସର କର୍କଟ ରୋଗରେ ମରିନଥାଇପାରେ, ଏହାର ଚଲାବୁଲା କ୍ଷମତା ଗଭୀର ଭାବେ ହ୍ରାସ ପାଇଥିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe