ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ

Advertisment
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ

indiarailinfo.com

ନୂଆଦିଲ୍ଲୀ : ଶନିବାର ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ। ନୂଆଦିଲ୍ଲୀ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ୪ଟି ଚକା ଟ୍ରାକରୁ ଖସିପଡିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ସେତେବେଳେ ହେଲା ଯେତେବେଳେ ଟ୍ରେନକୁ ପ୍ଲାଟଫର୍ମକୁ ଅଣାଯାଉଥିଲା। ତେବେ ଟ୍ରେନକୁ ଭଲ ଭାବେ ଯାଞ୍ଚ କରିବା ପରେ ଭୁବନେଶ୍ୱର ଅଭିମୁଖେ ବାହାରିଛି ରାଜଧାନୀ ଏକ୍ସପ୍ରେସ।

ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ରାଜଧାନୀ ଏକ୍ସପ୍ରେସକୁ ସନ୍ଧ୍ୟା ୫ଟା ସମୟରେ ପ୍ଲାଟଫର୍ମକୁ ଅଣାଯାଇଥିଲା। ତେବେ ଟ୍ରେନକୁ ଅଣାଯିବା ସମୟରେ ହିଁ ଏହାର ୪ଟି ଚକା ଟ୍ରାକ୍ ତଳକୁ ଖସିପଡିଥିଲା। ତେବେ ଏହି ଘଟଣା ଜଣାପଡିବା ପରେ ରେଲୱେ ବିଭାଗ ପକ୍ଷରୁ ତତକ୍ଷଣାତ ଏହାର ମରାମତି କାମ ହୋଇଥିଲା। ପରେ ଟ୍ରାକ ଉପରକୁ ରାଜଧାନୀ ଏକ୍ସପ୍ରେସକୁ ଅଣାଯିବା ପରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି।

ତେବେ ଏହି ଦୁର୍ଘଟଣା କିଭଳି ହେଲା ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହାର ଯାଞ୍ଚ କରିପାରେ ରେଳବିଭାଗ। ଯଦି ଏଭଳି ଘଟଣା ଟ୍ରେନ ଚାଲୁଥିବା ବେଳେ ହୋଇଥାନ୍ତା ତେବେ ଏକ ବଡ ଧରଣର ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା। ତେବେ ଟ୍ରେନ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହି ଦୁର୍ଘଟଣା ହୋଇଥିବାରୁ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe