ଚାଳକଙ୍କୁ ବାତ ମାରିବା ପରେ ନିୟନ୍ତ୍ରଣ ହରାଇଲା ବସ; ଅଟୋ ଚାଳକଙ୍କ ହେଲା ମୃତ୍ୟୁ

Advertisment

ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରର ବିକାଶ ମାର୍ଗରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଦେବୀ ବସ ଧକ୍କାରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଅଟୋ ଚାଳକଙ୍କ ଘଟଣାସ୍ଥଳରେ ହେଲା ମୃତ୍ୟୁ।

ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରର ବିକାଶ ମାର୍ଗରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଦେବୀ ବସ ଧକ୍କାରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଅଟୋ ଚାଳକଙ୍କ ଘଟଣାସ୍ଥଳରେ ହେଲା ମୃତ୍ୟୁ।

New Project (20)

ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖ ସୋମବାର ସକାଳେ ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗରର ବିକାଶ ମାର୍ଗରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଦେବୀ ବସ ନିୟନ୍ତ୍ରଣ ହରାଇ  ଅନେକ ଗାଡ଼ିକୁ ଧକ୍କା ଦେଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଅଟୋ ଚାଳକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣରେ ଜଣେ ଅଟୋ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଦେବୀ ବସ୍ ବିକାଶ ମାର୍ଗରୁ ଝିଲ୍ ଖୁରାଞ୍ଜା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ବସ୍ ଚାଳକଙ୍କୁ ବାତ ମାରିଥିଲା। ଫଳରେ ବସଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା। ବସଟି ରାସ୍ତାପାର୍ଶ୍ବରେ ଛିଡା ହୋଇଥିବା ଜଣେ ଅଟୋ ଚାଳକଙ୍କୁ ବି ଧକ୍କା ଦେଇଥିଲା। ଦେବୀ ବସ ଧକ୍କାରେ ଅଟୋ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତକ ଅଟୋ ଚାଳକଙ୍କ ନାମ ମହମ୍ମଦ ହିମ୍ ସେ ସହିଦ ନଗର ବାସିନ୍ଦା ଥିବା ଜଣାପଡ଼ିଛି।

ଲକ୍ଷ୍ମୀ ନଗର ବିକାଶ ମାର୍ଗରେ ନିୟନ୍ତ୍ରଣ ହରାଇଥିବା ଦେବୀ ବସ୍ ଧକ୍କାରେ  ଆଠଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ କାରଗୁଡ଼ିକ ବିକାଶ ମାର୍ଗର ରାସ୍ତାକଡ଼ରେ ଛିଡ଼ା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe