ରାଏ ବରେଲି ନିକଟରେ ‘ନିୟୁ ଫରକ୍କା ଏକ୍ସପ୍ରେସ୍‌’ ଲାଇନ୍‌ଚ୍ୟୁତ; ୭ ମୃତ; ୩୫ ଆହତ

Advertisment
ରାଏ ବରେଲି ନିକଟରେ ‘ନିୟୁ ଫରକ୍କା ଏକ୍ସପ୍ରେସ୍‌’ ଲାଇନ୍‌ଚ୍ୟୁତ; ୭ ମୃତ; ୩୫ ଆହତ

ଲକ୍ଷ୍ନୌ: ବୁଧବାର ପ୍ରତ୍ୟୁଷରେ ଉତ୍ତରପ୍ରଦେଶ ଅନ୍ତର୍ଗତ ରାୟ ବରେଲି ନିକଟରେ ‘ନିୟୁ ଫରକ୍କା ଏକ୍ସପ୍ରେସ୍‌’ର ୯ଟି ବଗି ଧାରଣାଚ୍ୟୁତ ହେବାରୁ ୭ ଜଣଙ୍କ ମୃତ୍ୟୁ ହେବା ସହ ୩୫ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ହରଚନ୍ଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

ଆଜି ସକାଳ ୬ଟା ୫ ମିନିଟ୍‌ ସମୟରେ ହରଚାନ୍ଦପୁର ରେଳବାଇ ଷ୍ଟେସନ୍‌ ଠାରୁ ପ୍ରାୟ ୫୦ ମିଟର ଦୂରରେ ଟ୍ରେନ୍‌ଟି ଦୁର୍ଘଟନାଗ୍ରସ୍ତ ହୋଇଛି ବୋଲି ଉତ୍ତର ରେଳବାଇ ଡିଭିଜିନାଲ୍‌ ରେଲେଓ୍ଵ ମ୍ୟାନେଜର୍‌ ସତୀଶ କୁମାର କହିଛନ୍ତି। ଟ୍ରେନ୍‌ଟି ପଶ୍ଚିମବଙ୍ଗର ମାଲଦାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା।

ନୂଆଦିଲ୍ଲୀ-ମାଲ୍‌ଦା ‘ନିୟୁ ଫରକ୍କା ଏକ୍ସପ୍ରେସ୍‌’କୁ (ଟ୍ରେନ୍‌ ନମ୍ବର ୧୪୦୦୩) ଗୋଟାଏ ଭୁଲ୍‌ ଟ୍ରାକ୍‌କୁ ଛଡ଼ା ଯିବା ପରେ ଇଞ୍ଜିନ୍‌ ସହ ନଅଟି ବଗି ଲାଇନ୍‌ରୁ ବାହାରି ଯାଇଛି।

ସ୍ଥାନୀୟ ପ୍ରଶାସନ, ବାରାଣସୀ ଓ ଲକ୍ଷ୍ନୌର ଏନ୍‌ହିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଶୀର୍ଷସ୍ତରୀୟ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।

ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କ ନିର୍ଦେଶରେ ରେଳବାଇ ବୋର୍ଡ ଚେୟାର୍‌ମ୍ୟାନ୍‌ ଅଶ୍ୱିନୀ ଲୋହାନି ମଧ୍ୟ ଘଟନାସ୍ଥଳକୁ ଯାଇଛନ୍ତି।

ଦିନ ଦୟାଲ୍‌ ଉପାଧ୍ୟାୟ ଜଙ୍କ୍‌ସନ୍‌ରେ ଜାରି ହୋଇଥିବା ଜରୁରୀକାଳୀନ ହେଲ୍‌ପ୍‌ଲାଇନ୍‌ ନମ୍ବର: 05412-254145 (BSNL) and 027-73677 (Railway)

ପାଟନା ଷ୍ଟେସନ୍‌ରେ ଜାରି ହୋଇଥିବା ଜରୁରୀକାଳୀନ ହେଲ୍‌ପ୍‌ଲାଇନ୍‌ ନମ୍ବର: 0612-2202290, 0612-2202291, 0612-220229 (BSNL), and 025-83288 (Railway)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲ୍‌ ଦୁର୍ଘଟନା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ମୃତ ଯାତ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରେଳମନ୍ତ୍ରୀ ୫ ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ସାଙ୍ଘାତିକ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତ ମଧ୍ୟ ସେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ମୃତଯାତ୍ରୀଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଏବଂ ସାଙ୍ଘାତିକ ଆହତ ଯାତ୍ରୀଙ୍କ ଲାଗି ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe