ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ମୂଳ ବାସିନ୍ଦା କାଶ୍ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ)ର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲେ। କାଶ୍ଙ୍କ ନାମ ଘୋଷଣା କରିବାବେଳେ ଟ୍ରମ୍ପ ତାଙ୍କୁ ପ୍ରଶଂସା କରିଥିଲେ ଏବଂ ଏହି ପୋଷ୍ଟରେ ରହି ସେ ଭଲ କାର୍ଯ୍ୟ କରିବେ ବୋଲି ଆଶା ପ୍ରକଟ କରିଥିଲେ।
ଶୁକ୍ରବାର ଦିନ ଅର୍ଥାତ୍ ଗତକାଲି ସେ ଅଧିକାରୀକ ଭାବରେ ଏଫବିଆଇର ନୂତନ ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ ପରେ ଟ୍ରମ୍ପ ପ୍ରଶାସନର ସବୁଠାରୁ ପ୍ରଭାବଶାଳୀ ନିଯୁକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଛନ୍ତି ପଟେଲ। ୨୫ ଫେବ୍ରୁଆରି ୧୯୮୦ରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିବା ପଟେଲ ଗୁଜରାଟର ଆନନ୍ଦ ଜିଲ୍ଲାରେ ଥିବା ଭଦ୍ରାନ ଗାଁର ମୂଳ ବାସିନ୍ଦ। ଏଠାରୁ ତାଙ୍କ ପରିବାର ୭୦ ରୁ ୮୦ ବର୍ଷ ପୂର୍ବେ ଉଗାଣ୍ଡାକୁ ସ୍ଥାନାନ୍ତରିତ ହୋଇଥିଲେ। ଏହା ପରେ ସମୟ ସହ ସେମାନଙ୍କ ପରିବରେ ଆମେରିକାରେ ଆସି ରହିବାକୁ ଲାଗିଲେ।
ଜାତୀୟ ଗଣମାଧ୍ୟମ ନିଉଜ୍-୧୮ ଅନୁଯାୟୀ, ସେ ମୋଟ ୩୦ମିଲିୟନ ଡଲାରର ମାଲିକ ଅଟନ୍ତି। ତାଙ୍କର ସମ୍ପତ୍ତିରେ ଟେସଲାରେ ୭ନିୟୁତ ଡଲାର ମୂଲ୍ୟର ଷ୍ଟକ୍ ଅନ୍ତର୍ଭୁକ୍ତ। କାଶଙ୍କ କାର ଚଲାଇବାର ସଉକ ରହିଛି। ତାଙ୍କ ପାଖରେ ମୋଟ ୧୫ଟି ପୁରୁଣା ଏବଂ ଆଧୁନିକ ବିଳାସପୂର୍ଣ୍ଣ କାର୍ ରହିଛି। ସେ ମଧ୍ୟରେ ଲାମ୍ବୋରଗିନି ଉରୁଓ, ଟେସଲା ଏବଂ ମର୍ସେଡିଜ୍ ଏସ୍-କ୍ଲାସ୍ ଅନ୍ତର୍ଭୁକ୍ତ।
Follow Us