ଚଳଚ୍ଚିତ୍ର ସୁଟିଂ ପାଇଁ ବାଟ ଫିଟିଲା, ଗାଇଡ୍‌ଲାଇନ ଜାରି

Advertisment
ଚଳଚ୍ଚିତ୍ର ସୁଟିଂ ପାଇଁ ବାଟ ଫିଟିଲା, ଗାଇଡ୍‌ଲାଇନ ଜାରି

The Indian Express

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଚଳଚ୍ଚିତ୍ର ନିର୍ମାଣ ଓ ସୁଟିଂ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହା ଫଳରେ ଦୀର୍ଘଦିନ ଧରି ବନ୍ଦ ହୋଇ ପଡ଼ିଥିବା ଚଳଚ୍ଚିତ୍ର ନିର୍ମାଣ ଶିଳ୍ପ ପୁନର୍ଜୀବିତ ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, କରୋନା ମହାମାରୀ ଲକ୍‌ଡାଉନ୍‌ କାରଣରୁ ପ୍ରାୟ ବର୍ଷ ଆରମ୍ଭରୁ ସମସ୍ତ ପ୍ରକାର ଚଳଚ୍ଚିତ୍ର ନିର୍ମାଣ ଓ ସୁଟିଂ ପ୍ରକ୍ରିୟା ବନ୍ଦ ରହିଥିଲା। ତେବେ ବର୍ତ୍ତମାନଠାରୁ ଏସବୁ କାର୍ଯ୍ୟ ପୁନର୍ବାର ଆରମ୍ଭ କରାଯିବ।

ଏଥିନେଇ କେନ୍ଦ୍ର ସରକାର ଏକ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ଜାରି କରିଛନ୍ତି। ଚଳଚ୍ଚିତ୍ର ନିର୍ମାଣ ଶିଳ୍ପରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନେ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବା ସହ ସେମାନଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯିବ, ଯେଉଁମାନଙ୍କର କରୋନା ଲକ୍ଷଣ ନଥିବ ସେମାନଙ୍କୁ ସୁଟିଂ ସେଟ୍‌ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ। ସାମାଜିକ ଦୂରତା ରକ୍ଷା କରି ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟ କରାଯିବ। ସିନେମା ହଲ୍‌ମାନଙ୍କରେ ସାମାଜିକ ଦୂରତା ମାଧ୍ୟମରେ ବସିବ ବ୍ୟବସ୍ଥା କରାଯିବା ସହ ଅନ୍‌ଲାଇନ ଜରିଆରେ ଟିକେଟ୍‌ ବୁକିଂ କରାଯିବ। କର୍ମସ୍ଥଳୀରେ ନିୟମିତ ସାନିଟାଇଜେସନ ବ୍ୟବସ୍ଥା ରହିବ। ସେହିଭଳି ଚଳଚ୍ଚିତ୍ର ସୁଟିଂ ସ୍ଥଳ, ରେକର୍ଡିଂ ଷ୍ଟୁଡିଓ, ଏଡିଟିଂ ରୁମ୍‌, ସିନ୍‌, ସିକ୍ବେନ୍‌ସିଜ୍‌ରେ ଉପଯୁକ୍ତ ସାମାଜିକ ଦୂରତା ରକ୍ଷା କର‌ାଯାଇ କାର୍ଯ୍ୟ ସମ୍ପାଦନ କରାଯିବ। ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ସୁଟିଂ କରାଯିବ। ସୁଟିଂ ସେଟ୍‌ ମଧ୍ୟକୁ ବାହାର ଦର୍ଶକମାନଙ୍କୁ ପ୍ରବେଶ ନିଷେଧ କରାଯିବ। ସୁଟିଂ ଚାଲୁଥିବା ସମୟରେ କଳାକାରଙ୍କ ଛଡ଼ା ଅନ୍ୟ ସମସ୍ତେ ମାସ୍କ ପିନ୍ଧିବା ମାଧ୍ୟତାମୂଳକ କରାଯାଇଛି। କର୍ମଚାରୀମାନେ ହାତରେ ଗ୍ଲୋବ୍‌ସ, ପାଦରେ ବୁଟ୍‌ ଓ ମୁହଁରେ ମାସ୍କ ବ୍ୟବହାର କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe