୭ ବର୍ଷ ତଳ କଥାକୁ ଦୋହରାଇବେ କି ବିଡେନ? ଭାରତ-ଆମେରିକା ସମ୍ପର୍କରେ ନୂଆ ଆଶା ଦେଖାଇବେ ନୂଆ ରାଷ୍ଟ୍ରପତି !

ଆମେରିକାକୁ କେମିତି ବାଗେଇବେ ବାଇଡେନ୍‌

Image Courtesy of Hindustan Times

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବିଡେନ୍‌ ନିର୍ବାଚିତ ହେବା ପରେ ଭାରତ ଓ ଆମେରିକା ମଧ୍ୟରେ କିଭଳି ସମ୍ପର୍କ ରହିବ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦୀଙ୍କ ସମୟରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଆଗକୁ କଣ ହେବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି | କୁହାଯାଉଛି ଯେ ରାଷ୍ଟ୍ରପତି ହେବା ପରେ ଜୋ ବିଡେନଙ୍କ ପ୍ରୟାସ ଭାରତ-ଆମେରିକା ସମ୍ପର୍କକୁ ଏକ ନୂଆ ଦିଗ ଦେବ | କାରଣ ଜୋ ବିଡେନଙ୍କ ଟ୍ରାକ ରେକର୍ଡ କହିବାକୁ ଗଲେ ଭାରତ ଉପରେ ତାଙ୍କର ଆଭିମୁଖ୍ୟ ସକରାତ୍ମକ ରହିଛି | ଚର୍ଚ୍ଚା ମୁତାବକ ୭୭ ବର୍ଷୀୟ ବିଡେନ ବିଶ୍ୱାସ କରନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇପାରେ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟରେ ଅନେକ ସୁଯୋଗ ଅଛି।

ବର୍ତ୍ତମାନ ଭାରତ ଏବଂ ଆମେରିକା ମଧ୍ୟରେ ବାର୍ଷିକ ୧୫୦ ବିଲିୟନ ଡଲାରରୁ ଅଧିକ ବାଣିଜ୍ୟିକ କାରବାର ହୋଇଥାଏ | କିନ୍ତୁ ଯେତେବେଳେ ବିଡେନ ୨୦୧୩ ରେ ଉପରାଷ୍ଟ୍ରପତି ଭାବେ ଭାରତ ଗସ୍ତରେ ଆସିଥିଲେ ସେତେବେଳେ ସେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରକୁ ପହଞ୍ଚାଇବାର ଲକ୍ଷ୍ୟ ରଖିଥିଲେ । କେବଳ ଏତିକି ନୁହେଁ, ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିଷୟରେ ଏକ ମନ୍ତବ୍ୟକୁ ବିଡେନ ଦୃଢ ଭାବେ ବିରୋଧ କରିଥିଲେ ।

ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଟ୍ରମ୍ପ କହିଥିଲେ ଯେ ପ୍ରଦୂଷିତ ବାୟୁ ସହ ଲଢ଼ିବାକୁ ଭାରତ ପ୍ରସ୍ତୁତ ନୁହେଁ। ଭାରତକୁ ତାଙ୍କର ବନ୍ଧୁ ବୋଲି ଘୋଷଣା କରିବା ପରେ ମଧ୍ୟ ଟ୍ରମ୍ପ H1B, H-2B ଏବଂ ଅନ୍ୟାନ୍ୟ ବିଦେଶୀ ଭିସା ଉପରେ ଅଙ୍କୁଶ ଲଗାଇଥିଲେ । କିନ୍ତୁ ଜୋ ବିଡେନ ୧କୋଟି ପ୍ରବାସୀଙ୍କୁ ଆମେରିକାର ନାଗରିକତ୍ୱ ଦେବାକୁ ଯାଉଛନ୍ତି। ଯେଉଁଥିରେ ପ୍ରାୟ ୫ ଲକ୍ଷ ଭାରତୀୟଙ୍କୁ ଆମେରିକାର ନାଗରିକତ୍ବ ମିଳିବାକୁ ଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe