eHealth Magazine - Elets Technomedia
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳରେ କୋଭିଡ୍ ସଂକ୍ରମଣ ମାମଲା ଶୀର୍ଷରେ ପହଞ୍ଚିଥିବାବେଳେ ଅନ୍ୟ କିଛି ସ୍ଥାନରେ ଏଯାଏଁ ସଂକ୍ରମଣ ଶୀର୍ଷରେ ପହଞ୍ଚିନି। ଦିଲ୍ଲୀରେ ନୂଆ ସଂକ୍ରମଣ ମାମଲା ଏବେ କମୁଛି ବୋଲି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। ସେହିପରି ଜାତୀୟ ସ୍ତରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ବିଶେଷ ପ୍ରମାଣ ନାହିଁ ବୋଲି ଗୁଲେରିଆ ଆଜି କୋଭିଡ୍ ଟିକା ସଂକ୍ରାନ୍ତରେ ଗଣମାଧ୍ୟମରେ ଉଦ୍ବୋଧନ ଦେବା ସମୟରେ କହିଛନ୍ତି।
ଟିକା ଆସିଲେ ପ୍ରଥମେ ଅଧିକ ବିପଦ ଥିବା ସ୍ଥାନମାନଙ୍କୁ ଗୁରୁତ୍ବ ଦିଆଯିବ ବୋଲି ଗୁଲେରିଆ କହିଛନ୍ତି। କୋଭାକ୍ସିନ୍ ମାନବୀୟ ପରୀକ୍ଷଣ ପାଇଁ ଏମ୍ସ ୱେବସାଇଟ୍ରେ ୧୮୦୦ ରୁ ଅଧିକ ସ୍ବେଚ୍ଛାସେବୀ ପଂଜିକୃତ କରିଛନ୍ତି। ୩ଟି ପର୍ଯ୍ୟାୟରେ ୧୧୨୫ ସ୍ବେଚ୍ଛାସେବୀଙ୍କଠାରେ ଏହାର ଅଧ୍ୟୟନ କରାଯିବ। ଗୁଲେରିଆ କହିଛନ୍ତି ମୌସୁମିରେ ଭାଇରସ୍ ଅଧିକ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ। ଅନ୍ୟପକ୍ଷେ ଦକ୍ଷିଣ ଭାରତୀୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ସଂକ୍ରମଣ କମୁଛି ବୋଲି ଗୁଲେରିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ ଦିଲ୍ଲୀରେ ଏବେ ସଂକ୍ରମଣ ହାର ୬ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୮୩.୯୯ ପ୍ରତିଶତ ଏବଂ ମୃତ୍ୟୁହାର ୨.୯୫ ପ୍ରତିଶତ ରହିଛି।
Follow Us