କାନାଡାରେ ନୂଆ ଜୀବନ ଆରମ୍ଭ କଲେ ପ୍ରିନ୍‌ସ ହ୍ୟାରି-ମେଘାନ୍‌

Advertisment
କାନାଡାରେ ନୂଆ ଜୀବନ ଆରମ୍ଭ କଲେ ପ୍ରିନ୍‌ସ ହ୍ୟାରି-ମେଘାନ୍‌

Business Insider

ନୂଆଦିଲ୍ଲୀ: ବ୍ରିଟିଶ ରାଜ ପରିବାରର ସଦସ୍ୟ ପ୍ରିନ୍‌ସ ହ୍ୟାରି ଏବଂ ତାଙ୍କ ପତ୍ନୀ ତଥା ହଲିଉଡ୍‌ ଅଭିନେତ୍ରୀ ମେଘାନ୍‌ ମର୍କେଲ କାନାଡାରେ ନୂଆ ଜୀବନ ଆରମ୍ଭ କରିଛନ୍ତି। କାନାଡାରେ ରହିବାର ମାତ୍ର କେଇ ଘଣ୍ଟା ପରେ ପ୍ରିନ୍‌ସ ହ୍ୟାରି ଏବଂ ମେଘାନ୍‌ ବ୍ରିଟେନ୍‌ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଆଇନଗତ ନୋଟିସ୍‌ ଦେଇଛନ୍ତି। ଏହି ଗଣମାଧ୍ୟମରେ ସେମାନଙ୍କ ଫଟୋ ପ୍ରକାଶ ଘଟଣାରେ ଅସନ୍ତୋଷ ପ୍ରକାଶ କରି ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ମେଘାନ୍‌ ନିଜର ଶିଶୁପୁତ୍ରଙ୍କୁ ଧରିଥିବା ଏବଂ ପାଖରେ ହ୍ୟାରି ଓ ତାଙ୍କର ଦୁଇଟି କୁକୁର ରହିଥିବା ଅବସ୍ଥାରେ ଏହି ଫଟୋଟି ପ୍ରକାଶିତ ହୋଇଛି। ଏହା ବିରୋଧରେ ହ୍ୟାରି-ମେଘାନ୍‌ ଆଇନଗତ ନୋଟିସ୍‌ ଦେଇଛନ୍ତି। ସୂଚନାଯୋଗ୍ୟ, ଜାନୁଆରି ୨୦ରେ ପ୍ରିନ୍‌ସ ହ୍ୟାରି ବ୍ରିଟେନ୍‌ ରାଜପ୍ରସାଦ ପରିତ୍ୟାଗ କରି କାନାଡାରେ ମେଘାନ୍‌ ଓ ଶିଶୁପୁତ୍ର ଆର୍କିଙ୍କ ନିକଟରେ ପହଞ୍ଚିଲା ପରେ ପ୍ରଥମେ କାନାଡାରେ ଏକ ଜନସମାବେଶକୁ ସମ୍ବୋଧନ କରିଛନ୍ତି। ସେ ବ୍ରିଟେନ୍‌ ରାଜପରିବାର ଛାଡ଼ି ଆସିବା ସମ୍ପର୍କ‌ରେ ଲୋକମାନଙ୍କୁ କହିଛନ୍ତି। କାନାଡ଼ାରେ ଲୋକଙ୍କୁ ସମ୍ବୋଧନ କଲାବେଳେ ହ୍ୟାରିଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ହୋଇଯାଇଥିଲା। ତାଙ୍କ ନିକଟରେ କୌଣସି ବିକଳ୍ପ ନଥିଲା। ପତ୍ନୀ ଓ ପୁତ୍ରଙ୍କ ସହ ରହିବା ଜରୁରୀ ଥିବାରୁ ସେ ରାଜ ପରିବାର ଏବଂ ଅନ୍ୟ ରାଜକୀୟ ସୁବିଧା ସୁଯୋଗ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe