କଂଗ୍ରେସର ଆଉ ଏକ ତାଲିକା, ଚଣ୍ଡିଗଡ଼ରୁ ଲଢିବେ ମନିଷ ତିଓ୍ବାରୀ

୨୬ରେ ପୁଣିଥରେ ସତ୍ୟାଗ୍ରହ କରିବ କଂଗ୍ରେସ

Deccan Herald

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଆନନ୍ଦପୁର ସାହିବ ସାଂସଦ ମନୀଷ ତିଓ୍ଵାରୀଙ୍କ ସିଟ୍ ବଦଳାଇ ଚଣ୍ଡିଗଡ଼ରୁ ଟିକେଟ୍ ଦିଆଯାଇଛି। ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏହା ମଧ୍ୟରେ ଓଡ଼ିଶାର ୯ ଜଣ ପ୍ରାର୍ଥୀ ଅନ୍ତର୍ଭୁକ୍ତ ।

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ପରେଶ ଧନାନୀଙ୍କୁ ରାଜକୋଟରୁ ଏବଂ ବିନୋଦ ସୁଲତାନପୁରୀଙ୍କୁ ଶିମଲାରୁ ଟିକେଟ ମିଳିଛି । କଂଗ୍ରେସର ଏହି ତାଲିକାରେ ୪ଟି ରାଜ୍ୟରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଗୁଜରାଟ ପାଇଁ ୪ ଜଣ, ହିମାଚଳ ପ୍ରଦେଶ ପାଇଁ ୨ ଜଣ, ଚଣ୍ଡିଗଡ଼ ପାଇଁ ୧ ଜଣ ଏବଂ ଓଡ଼ିଶା ପାଇଁ ୯ ଜଣ ପ୍ରାର୍ଥୀ ରହିଛନ୍ତି।

Image

ଗୁଜରାଟର ମେହସାନା ଆସନରୁ କଂଗ୍ରେସ ରାମଜୀ ଠାକୁର (ପାଲଭି)ଙ୍କୁ ପ୍ରାର୍ଥୀ କରିଛି। ରାଜକୋଟରୁ ପରେଶଭାଇ ଧନାନୀ, ଅହମ୍ମଦାବାଦ ପୂର୍ବରୁ ହିମ୍ମତ ସିଂହ ପଟେଲ ଏବଂ ନବସାରୀ ଆସନରୁ ନଶଧ ଦେଶାଇଙ୍କୁ ଦଳ ପ୍ରାର୍ଥୀ କରିଛି।

ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ନିକଟରେ ହୋଇଥିବା ତାଲିକାରେ ଦୁଇ ଜଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି। ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତଙ୍କ ବିପକ୍ଷରେ ବିକ୍ରମାଦିତ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ବିନୋଦ ସୁଲତାନପୁରୀଙ୍କୁ ରାଜ୍ୟର ଶିମଲା ଆସନରୁ ଟିକେଟ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe