ଚୀନ୍‌ ସେନାରେ ସାମିଲ ହେବ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଡଙ୍ଗ୍‌ଫେଙ୍ଗ୍‌-୪୧’: ଲକ୍ଷ୍ୟଭେଦ କ୍ଷମତା ୧୨,୦୦୦ କିଲୋମିଟର

Advertisment

ବିଶ୍ୱର ଯେକୌଣସି ବି ସ୍ଥାନରେ ଅତ୍ୟନ୍ତ ସଫଳତାର ସହ ଲକ୍ଷ୍ୟ ଭେଦ କରିପାରିବ

ବିଶ୍ୱର ଯେକୌଣସି ବି ସ୍ଥାନରେ ଅତ୍ୟନ୍ତ ସଫଳତାର ସହ ଲକ୍ଷ୍ୟ ଭେଦ କରିପାରିବ

ଚୀନ୍‌ ସେନାରେ ସାମିଲ ହେବ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଡଙ୍ଗ୍‌ଫେଙ୍ଗ୍‌-୪୧’: ଲକ୍ଷ୍ୟଭେଦ କ୍ଷମତା ୧୨,୦୦୦ କିଲୋମିଟର

SouthFront

ବେଜିଂ: ସଂପୂର୍ଣ୍ଣ ଅତ୍ୟାଧୁନିକ ଓ ସବିଶେଷ ଜ୍ଞାନକୌଶଳରେ ନିର୍ମିତ ଏକ ପ୍ରଚଣ୍ଡ କ୍ଷମତାଶାଳୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର (ମିସାଇଲ୍‌)କୁ ଖୁବ୍‌ ଶୀଘ୍ର ଚୀନ୍‌ ନିଜର ସେନା ବାହିନୀରେ ସାମିଲ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜାଣିବାକୁ ମଳିଛି। ‘ଡଙ୍ଗ୍‌ଫେଙ୍ଗ୍‌-୪୧’ ନାମରେ ନାମିତ ଏହି କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖୁଥିବା ସହ ୧୨ ହଜାର କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ଏବଂ ବିଶ୍ୱର ଯେକୌଣସି ବି ସ୍ଥାନରେ ଅତ୍ୟନ୍ତ ସଫଳତାର ସହ ନିଜର ଲକ୍ଷ୍ୟ ଭେଦ କରିପାରିବ ବୋଲି ଆଜି ପ୍ରକାଶ କରିଛି ଚୀନ୍‌ ଗଣମାଧ୍ୟମ।

ବିଗତ ୨୦୧୨ରୁ ଚୀନ୍‌ ନିର୍ମାଣ କରି ସାରିଥିବା ଏହି କ୍ଷେପଣାସ୍ତ୍ରର ଏହି ନିକଟରେ ଅଷ୍ଟମ ଥର ପାଇଁ ହୋଇଥିବା ସଫଳ ପରୀକ୍ଷଣ ପରେ ଏହାକୁ ଆସନ୍ତା ୨୦୧୮ ପ୍ରଥମାର୍ଦ୍ଧ ସୁଦ୍ଧା ଦେଶର ସେନା ବାହିନୀ (ପିପୁଲ ଲିବରେସନ୍‌ ଆର୍ମି)ରେ ସାମିଲ କରିବା ପାଇଁ ଚୀନ୍‌ ସରକାର ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛି ଚୀନ୍‌ର ସରକାରୀ ସମ୍ବାଦପତ୍ର ‘ଗ୍ଲୋବାଲ୍‌ ଟାଇମସ୍‌’। ଅନ୍ୟ ପକ୍ଷରେ ଚୀନ୍‌ର ଜଣେ ସେନା ତଥା ପ୍ରତିରକ୍ଷା ବିଶେଷଜ୍ଞ ଯୁ ଜୁଆନ୍‌ଗୁ ‘ଡଙ୍ଗ୍‌ଫେଙ୍ଗ୍‌- ୪୧’ର ଆଉ ବୈଶିଷ୍ଟ୍ୟ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ରଟି ଏକକାଳୀନ ୧୦ଟି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା ସହ ମାଚ୍‌-୧୦ ଠାରୁ ସୁଦ୍ଧା ଅଧିକ ବେଗରେ ୧୨ହଜାର କିଲୋମିଟର ପର୍ଯ୍ୟନ୍ତ ଗତିକରି ବିଶ୍ୱର ଯେକୌଣସି ବି ୧୦ଟି ଭିନ୍ନ ଭିନ୍ନ ସ୍ଥାନରେ ସଫଳତାର ସହ ଲକ୍ଷ୍ୟ ଭେଦ କରିପାରିବ।

ଏହି କ୍ଷେପଣାସ୍ତ୍ରଟିର ସଫଳ ପରୀକ୍ଷଣ ଚୀନ୍‌ର ପଶ୍ଚିମରେ ଥିବା ମରୁଭୂମି ଅଞ୍ଚଳରେ କରା ଯାଇଥିବା ସ୍ୱୀକାର କରାଯାଇଥିବା ବେଳେ ଠିକ୍‌ ସ୍ଥାନରେ ଏବଂ କେଉଁ ତାରିଖ ଓ ସମୟରେ ଏହାର ପରୀକ୍ଷଣ ହୋଇଥିଲା, ସେ ସଂପର୍କରେ କୌଣସି ପ୍ରକାରର ସୂଚନା ଦିଆଯାଇ ନାହିଁ। ତେବେ, ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରା ଯାଉଥିବା ବେଳେ ଏହା ଆମେରିକାର ଏକ ନିରୀକ୍ଷକ ଉପଗ୍ରହ (ସାଟେଲାଇଟ୍‌)ରେ ୨୦୧୬ ଅପ୍ରେଲ୍‌ରେ ଧରା ପଡ଼ିଥିଲା ବୋଲି ମଧ୍ୟ ଓ୍ଵାଶିଂଟନ୍‌ର ଏକ ସମ୍ବାଦପତ୍ର ପ୍ରକାଶ କରିଛି। ଅନ୍ୟପକ୍ଷରେ, ଚୀନ୍‌ର ଗଣମାଧ୍ୟମ କହିଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂପ୍ରତି ଯେପରି ଯୁଦ୍ଧର ବାତାବରଣ ସୃଷ୍ଟି କରୁଛନ୍ତି, ତାହାକୁ ଦୃଷ୍ଟିରେ ରଖି ଚୀନ୍‌ ନିଜର ପ୍ରତିରକ୍ଷାକୁ ସୁଦୃଢ଼ ରଖିବା ପାଇଁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe